ଫ୍ଲାଟଫର୍ମକୁ ଧକ୍କା ଦେଇ ଜଳିଗଲା ଟ୍ରେନ, ୨୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ଫ୍ଲାଟଫର୍ମକୁ ଧକ୍କା ଦେଇ ଜଳିଗଲା ଟ୍ରେନ, ୨୫ ମୃତ

କାଇରୋ: ଇଜିପ୍ଟରର ରାଜଧାନୀ କାଇରୋ ସ୍ଥିତ ମୁଖ୍ୟ ରେଳ ଷ୍ଟେସନ୍‌ରେ ଆଜି ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଛି। ଏକ ରେଳ ଇଞ୍ଜିନ୍‌ ଫ୍ଲାଟଫର୍ମକୁ ଧକ୍କା ଦେବାରୁ ଭୟଙ୍କର ବିସ୍ଫୋରଣ ଘଟି ନିଆଁ ବ୍ୟାପି ଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ରେଳ ଇଞ୍ଜିନ୍‌ଟି ପ୍ଲାଟଫର୍ମ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହାକୁ ଧକ୍କା ଦେଇଥିଲା। ଫଳରେ ସମଗ୍ର ଫ୍ଲାଟଫର୍ମରେ ନିଆଁ ଲାଗି ଯାଇଥିଲା। ଓ ସେଠାରେ ଅପେକ୍ଷା କରିଥିବା ୨୫ ଜଣଙ୍କ ମୃତ୍ୟୁ ଘଟିଛି। ନିଆଁ ଲାଗିବା ପରେ ସମଗ୍ର ରାମସେସ ଷ୍ଟେସନ ଧୂଆଁମୟ ହୋଇଯାଇଥିଲା। ପ୍ରଥମେ ଷ୍ଟେସନ ମଧ୍ୟରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆ ଯାଇଥିଲା। ଏବେ ମଧ୍ୟ ୫୦ ଜଣ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ୍‌ କହିଛି। ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ।



from Odisha Reporter https://ift.tt/2H5inAK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages