ଇଂରାଜୀ ପରୀକ୍ଷା ବାତିଲ୍‌ ପ୍ରତିବାଦରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ଇଂରାଜୀ ପରୀକ୍ଷା ବାତିଲ୍‌ ପ୍ରତିବାଦରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲାର ଘୁନ୍‌ସର ସରକାରୀ ହାଇସ୍କୁଲରେ ହୋଇଥିବା ଇଂରାଜୀ ପରୀକ୍ଷାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ବାତିଲ୍‌ କରିଛନ୍ତି। ବୋର୍ଡର ଏପରି ନିଷ୍ପତ୍ତିକୁ ଉକ୍ତ ପରୀକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକମାନେ ବିରୋଧ କରିଛନ୍ତି। ଏପରିକି ସ୍କୁଲ ଆଗରେ ଧାରଣା ଦେବା ସହିତ ମିଥ୍ୟା ଭିଡିଓ ଭାଇରାଲ୍‌ କରି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ଘୁନ୍‌ସର ସରକାରୀ ହାଇସ୍କୁଲରେ ଇଂରାଜୀ ପରୀକ୍ଷା ବାତିଲ୍‌ ହେବା ନେଇ ଗତକାଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଆଜି ପରୀକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ସ୍କୁଲ ଆଗରେ ଧାରଣାରେ ବସିଥିଲେ। ଆନ୍ଦୋଳନକୁ ଅଭିଭାବକମାନେ ମଧ୍ୟ ସମର୍ଥନ ଦେଇଥିଲେ। ଏହି ସମୟରେ ସେମାନେ ପରୀକ୍ଷା କେନ୍ଦ୍ର ଯାଞ୍ଚ କରିବା ପାଇଁ ଆସିଥିବା ୨ ଜଣ ଅଧିକାରୀଙ୍କୁ ୨ରୁ ୩ ଘଣ୍ଟା ଧରି ଅଟକାଇ ରଖିଥିଲେ। ପରେ ସେମାନଙ୍କୁ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଛାଡ଼ି ଦେଇଥିଲେ।

ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଭାଇରାଲ୍‌ ହୋଇଥିବା ଭିଡିଓ ଘୁନସର ହାଇସ୍କୁଲର ନୁହେଁ। ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଭାଇରାଲ୍‌ କରାଯାଇଛି। ଭିଡିଓ ନକଲି ହୋଇଥିଲେ ମଧ୍ୟ ବୋର୍ଡ ଏହାର ତଦନ୍ତ ନକରି କିଭଳି ଇଂରାଜୀ ପରୀକ୍ଷା ବାତିଲ କଲେ? ଏଥିପ୍ରତି ବୋର୍ଡ କର୍ତ୍ତୃପକ୍ଷ ଧ୍ୟାନ ନଦେଲେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଆଜି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ ସାରିବା ପରେ ଏପରି ମିଥ୍ୟା ଭିଡିଓ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ଘର ଆଗରେ ଧାରଣା ଦେଇଥିଲେ। ମାତ୍ର ସମ୍ପୃକ୍ତ ବ୍ୟକ୍ତି ଘରେ ନଥିବାରୁ ଛାତ୍ରଛାତ୍ରୀମାନେ ଘଣ୍ଟାଏ ଧାରଣାରେ ବସି ଉଠି ଚାଲି ଯାଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ।

ଉଲ୍ଲେଖଯୋଗ୍ୟ, ଭାଇରାଲ୍‌ ଭିଜୁଆଲ ଅନୁସାରେ କିଛି ଲୋକ ସ୍କୁଲ ପାଚେରି ଡେଇଁ କପି ଯୋଗାଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଭିଡିଓରେ ଦେଖାଯାଇଥିବା ସ୍କୁଲଟି ଘୁନସର ହାଇସ୍କୁଲର ନୁହେଁ ବୋଲି ଆନ୍ଦୋଳନକାରୀ କହିଛନ୍ତି। ପ୍ରକୃତରେ ଏହି ଭିଡିଓକୁ ଏଡିଟ୍‌ କରାଯାଇ ଅନ୍ୟ ସ୍କୁଲର ଭିଡିଓ ସହ ଯୋଡାଯାଇ ଭାଇରାଲ୍‌ କରାଯାଇଛି। ଯାହାଫଳରେ ବିନା କାରଣରେ ଘୁନସର ର୍‌ ସ୍କୁଲ ବଦନାମ ହେବା ସହିତ ବୋର୍ଡ ଇଂରାଜୀ ପରୀକ୍ଷା ବାତିଲ୍‌ କରିଛନ୍ତି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।



from Odisha Reporter https://ift.tt/2tGSS0R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages