
ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଆଳନ୍ଦା ଗାଁ ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି।
ବରଜଦେଉଳିରୁ ବାଲେଶ୍ୱର ଯାଉଥିବା ଝାଡେଶ୍ୱର ନାମକ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ବସ୍ରେ ମୋଟ ୧୫ ଜଣ ଯାତ୍ରୀ ଥିଲେ।
ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବିଷ୍ଣୁପୁର ଓ ଗୋପାଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ଦୀର୍ଘ ସମୟ ପର୍ଯ୍ୟନ୍ତ ଡ୍ରାଇଭର ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2tBjvnL
No comments:
Post a Comment