ଅରୁଣାଚଳ ପ୍ରଦେଶରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ଅରୁଣାଚଳ ପ୍ରଦେଶରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ

ACP

ଇଟାନଗର: ସ୍ଥାୟୀ ନାଗରିକତ୍ୱ ପ୍ରମାଣପତ୍ର (ପିଆରସି) ଦିଆଯିବା ପାଇଁ ରାଜ୍ୟ ସରକାର ପ୍ୟାନେଲ ଗଠନ କରିବା ପରେ ତୀବ୍ର ହେବାରେ ଲାଗିଛି ଅରୁଣାଚଳ ପ୍ରଦେଶ ସରକାରଙ୍କ ବିରୋଧରେ ଆନ୍ଦୋଳନ। ଗତକାଲି ଆନ୍ଦୋଳନକାରୀମାନେ ଉପମୁଖ୍ୟମନ୍ତ୍ରୀ ଚୌନା ମେଁଙ୍କ ବଙ୍ଗଳାରେ ନିଆଁ ଲଗାଇ ଦେଇଥିଲେ। ସେହିପରି ପୁଲିସ୍ ଗୁଳିରେ ଦୁଇ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହାପରେ ଆନ୍ଦୋଳନ ଆହୁରି ତୀବ୍ର ହେବାରେ ଲାଗିଛି। ପରିସ୍ଥତିକୁ ଦୃଷ୍ଟିରେ ରଖାଯାଇ ମୁଖ୍ୟମନ୍ତ୍ରୀ ପ୍ରେମା ଖାଡୁଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଦିନକୁ ଦିନ ସ୍ଥିତି ବିଗୁଡୁ ଥିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଏଥିପାଇଁ ସଜବାଜ ହେଉଥିବା ଜଣାପଡ଼ିଛି। ଏହାସହ ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି।

ଇଟାନଗରରେ ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ  ଆଇଟିବିପି ଫୋର୍ସ ମୁତୟନ କରାଯାଇଛି। ପୂରା ରାଜ୍ୟରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। କିଛି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି।

ଶୁକ୍ରବାର ସନ୍ଧ୍ୟାରେ ପୁଲିସ୍‌ ଆନ୍ଦୋଳନକୁ ଦମନ କରିବା ପାଇଁ ଗୁଳିଚାଳନା କରିବାରୁ ଜଣକର ମୃତ୍ୟୁ ହେବା ପରେ ଏହି ଆନ୍ଦୋଳନ ତୀବ୍ର ରୂପ ନେଇଥିଲା। କିଛି ବର୍ଗର ଲୋକଙ୍କୁ ପିଆରସି ଦିଆଯିବା ପାଇଁ ରାଜ୍ୟ ସରକାର ପ୍ୟାନେଲ ଗଠନ କରିବା ପରେ ଏହି ବିରୋଧ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଲୋକଙ୍କ ଦାବିକୁ ସରକାର ମାନି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, “ଭବିଷ୍ୟତରେ ଏହି ପ୍ରସଙ୍ଗ ଉଠାଯିବ ନାହିଁ। ଆନ୍ଦୋଳନକାରୀଙ୍କ ଦାବି ଗତ ୨୨ ତାରିଖରୁ ସରକାର ମାନି ନେଇଛନ୍ତି। ଏପରି ସ୍ଥିତିରେ ଆନ୍ଦୋଳନ କରିବା ବନ୍ଦ କରି ଶାନ୍ତି ବଜାଇ ରଖନ୍ତୁ।”



from Odisha Reporter https://ift.tt/2NvEWQs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages