
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଓପନର୍ ଶିଖର ଧୱନ୍ ପୁଲ୍ୱାମା ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିବା ସିଆରପିଏଫ୍ ଯବାନଙ୍କୁ ସହାୟତା ପାଇଁ ନିଜେ ପ୍ରସ୍ତୁତ ଥିବା କହି ଅନ୍ୟମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଆହ୍ୱାନ କରିଛନ୍ତି। ସେ ଟ୍ୱିଟର ଜରିଆରେ ଏକ ଆବେଗପୂର୍ଣ୍ଣ ଭିଡିଓ ଅପଲୋଡ୍ କରିବା ସହିତ ତାଙ୍କ ଫ୍ୟାନ୍ମାନଙ୍କୁ ଏବଂ ଅନ୍ୟ ଭାରତୀୟମାନଙ୍କୁ ସହିଦ ଯବାନଙ୍କ ପରିବାରର ସମର୍ଥନରେ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି।
ସେ ଏହି ଭିଡିଓରେ କହିଛନ୍ତି, “ଅତି କମ୍ରେ ଆପଣମାନେ ଏତିକି କରିପାରିବେ। ଯାହା ପାଇଁ ଯେତିକି ସମ୍ଭବ ସେତିକି ନିଶ୍ଚୟ କରନ୍ତୁ। ଜୟ ହିନ୍ଦ।”
This is the least we can do. Jis se jitna ban pade utna zaroor karein. Jai Hind
#standwithforces #pulwama pic.twitter.com/HvzzXi8ERb
— Shikhar Dhawan (@SDhawan25) February 17, 2019
ଧୱନ୍ଙ୍କ ପୂର୍ବରୁ ବୀରେନ୍ଦ୍ର ସେହ୍ୱାଗ ଏହି ଯବାନଙ୍କ ପିଲାମାନଙ୍କ ଶିକ୍ଷାର ଦାୟିତ୍ୱ ନେବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି। ସେହ୍ୱାଗ କହିଥିଲେ, “ଆମେ ଯାହା କିଛି କଲେ ବି ଯଥେଷ୍ଟ ହେବନାହିଁ। କିନ୍ତୁ ଏହି ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ପିଲାମାନଙ୍କ ପାଠପଢ଼ାର ଦାୟିତ୍ୱ ନେବି ବୋଲି କଥା ଦେଉଛି।”
from Odisha Reporter http://bit.ly/2GtK1rD

No comments:
Post a Comment