
ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଅମିତ ଶାହ ରବିବାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଆସାମକୁ ଆଉ ଏକ କଶ୍ମୀର ହେବାକୁ ଦେବେନି। ସେଥିପାଇଁ ଏହି ସରକାର ନ୍ୟାସନାଲ ରେଜିଷ୍ଟ୍ରାର ଅଫ୍ ସିଟିଜେନ୍ସ ବିଲ୍ ଆଣିଛନ୍ତି ବୋଲି ସେ କହିଛନ୍ତି। ଯେଉଁ ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରିବାପାଇଁ ଏନ୍ଆରସି ଅଣାଯାଇଛି, ସେମାନଙ୍କୁ ଦେଶ ବାହାରକୁ ପଠାଇ ବିଜେପି ସରକାର ଆସାମକୁ ସେମାନଙ୍କଠାରୁ ବଞ୍ଚାଇ ରଖିବେ ବୋଲି ଶ୍ରୀ ଶାହ କହିଛନ୍ତି। ଯେତେଥର ଦରକାର ପଡ଼ିବ, ସେତେଥର ଏନ୍ଆରସି ଏକ୍ସରସାଇଜ୍ କରାଯିବ ବୋଲି ସେ କହିଛନ୍ତି।
ଶାହ କଂଗ୍ରେସ ଓ ତାଙ୍କର ପୂର୍ବତନ ମେଣ୍ଟ ସହଯୋଗୀ ଆସାମ ଗଣପରିଷଦକୁ ସମାଲୋଚନା କରିବା ସହିତ କହିଛନ୍ତି, ୧୯୮୫ ପରଠାରୁ ଆସାମ ଚୁକ୍ତି କରାଯାଇଥିଲେ ମଧ୍ୟ ଏହାକୁ ଲାଗୁ କରିବା ପାଇଁ ଏହି ଦୁଇ ଦଳ କିଛି ମଧ୍ୟ କରିନାହାନ୍ତି। ଓଲଟା ସିଟିଜେନ୍ଶିପ୍ ଆମେଣ୍ଡମେଣ୍ଟ ବିଲ୍ ବାବଦରେ ଅପପ୍ରଚାର କରି ଭୁଲ୍ ତଥ୍ୟ ଦିଆଯାଉଛି।
ଏହି ପ୍ରସଙ୍ଗରେ ସେ କହିଥିଲେ, “ଏହା କେବଳ ଉତ୍ତର-ପୂର୍ବ ଭାରତ ପାଇଁ ଉଦ୍ଦିଷ୍ଟ ନଥିଲା, ସମଗ୍ର ଦେଶର ଶରଣାର୍ଥୀଙ୍କ ପାଇଁ ଥିଲା। ବର୍ତ୍ତମାନ ଆସାମର ସ୍ଥିତି ଯେପରି ପ୍ରଭାବିତ ହେଉଛି, ସିଟିଜେନ୍ଶିପ୍ ବିଲ୍ ନଆସିଲେ ଏହି ରାଜ୍ୟର ଲୋକେ ଭବିଷ୍ୟତରେ ବିପଦରେ ପଡ଼ିବେ।”
from Odisha Reporter http://bit.ly/2GNpOwr
No comments:
Post a Comment