ପ୍ଲାଷ୍ଟିକ୍‌ ବକ୍ସରେ ପିଲାଙ୍କୁ ଟିଫିନ୍ ଦେଉଛନ୍ତି କି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ପ୍ଲାଷ୍ଟିକ୍‌ ବକ୍ସରେ ପିଲାଙ୍କୁ ଟିଫିନ୍ ଦେଉଛନ୍ତି କି…

box

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଖୋଲିଲେ ମା’ଙ୍କର ସବୁଠାରୁ ବଡ଼ ଚିନ୍ତା ପିଲାଙ୍କୁ ଟିଫିନ କଣ ଦେବେ ? ଟିଫିନ ଏମିତି ହେବା ଦରକାର ଯାହା ପିଲାଙ୍କ ମନ ପସନ୍ଦର ହୋଇଥିବ ପୁଣି ସ୍ବାସ୍ଥ୍ୟପ୍ରଦ ବି । ଏହି ଦୁଇଟି ଜିନିଷକୁ ଆଖି ଆଗରେ ରଖି ଟିଫିନ ସଜାଡ଼ିବା ଭିତରେ ସେମାନେ ଭୁଲି ଯାଆନ୍ତି ଯେଉଁ ଟିଫିନ ବକ୍ସରେ ଖାଦ୍ୟ ଦିଆଯାଉଛି ତାହା ତାହା କେତେ ସ୍ବାସ୍ଥ୍ୟପ୍ରଦ।  ଫ୍ୟାନ୍ସି ଟିଫିନ୍ ବକ୍ସ ପ୍ରତି ପିଲାଙ୍କ ଆକର୍ଷଣ ବେଶି । ଫ୍ୟାନ୍ସି ବକ୍ସରେ ମନପସନ୍ଦ ଖାଦ୍ୟ ଦେଖିଲେ ପିଲା ଖୁସିରେ  ଖାଇଦେବେ !  ଏଥିପାଇଁ ଟିଫିନ ବକ୍ସ କିଣିଲାବେଳେ ମା’ମାନେ ସାଧାରଣତଃ ଏହାର ମାନ ପ୍ରତି ନଜରଅନ୍ଦାଜ କରିଦେଇଥାନ୍ତି। ହେଲେ ମନେ ରଖନ୍ତୁ, ଯଦି  ପ୍ଲାଷ୍ଟିକ୍‌ ବକ୍ସରେ ଟିଫିନ କିମ୍ବା ଲଞ୍ଚ  ପ୍ୟାକ୍ କରୁଛନ୍ତି ତାହା ପିଲାଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ ! କାହିଁକି କ୍ଷତିକାରକ  ଆସନ୍ତୁ ଜାଣିବା।

ପ୍ଲାଷ୍ଟିକରେ ରହିଛି କ୍ଷତିକାରକ କେମିକାଲ
ପ୍ଲାଷ୍ଟିକରେ ରହଛି କ୍ଷତିକାରକ କେମିକାଲ। ତେଣୁ ପ୍ଲାଷ୍ଟିକ ବକ୍ସରେ ଯେଉଁ ଖାଦ୍ୟ ପ୍ୟାକ୍ କରାଯାଏ,  ସେହି କେମିକାଲ ଖାଦ୍ୟରେ ମିଶି ଶରୀରକୁ ଯାଏ। । ଏହା ଧିରେ ଧିରେ ଆମ ଶରୀରକୁ କ୍ଷତି ପହଞ୍ଚାଏ। ଯାହାଫଳରେ କ୍ୟାନ୍ସର ଭଳି ଭୟଙ୍କର ରୋଗ ହେବାର ଆଶଙ୍କା ବଢ଼ିଯାଏ।

କ’ଣ ଏହି କେମିକାଲ
ପ୍ଲାଷ୍ଟିକ୍ ଟିଫିନ୍ ବକ୍ସ ଅଲଗା ଅଲଗା କେମିକାଲର ମିଶ୍ରଣରେ ତିଆରି ହୋଇଥାଏ। ତେବେ ଖାଦ୍ୟରେ ଯେଉଁ ବିପଦପୂର୍ଣ୍ଣ କେମିକାଲ ମିଶିଥାଏ, ତାହା ହେଉଛି ଏଣ୍ଡୋକ୍ରାଇନ୍ ଡିଷ୍ଟର୍ଟିଂ। ପ୍ଲାଷ୍ଟିକ୍ ଡବାରେ ଗରମ ଖାଦ୍ୟ ପ୍ୟାକ୍ କରିବା ପରେ ଏହି କେମିକାଲ ସୃଷ୍ଟି ହେବା ଆରମ୍ଭ ହୋଇଯାଏ।

tiffinକୋଣରେ ଜମା ହୋଇଥାଏ ଫଙ୍ଗସ
ପ୍ଲାଷ୍ଟିକ୍ ବକ୍ସ ଦେଖିବାକୁ ଯେତିକି ସୁନ୍ଦର ଦିଶୁଥାଏ, ସଫା କରିବା ମଧ୍ୟ ସେତିକି କଷ୍ଟକର ହୋଇଥାଏ। ଆମେ ଏହାକୁ ଉପରୁ ତ ସଫା କରିଦେଉ, ମାତ୍ର ଏହାର ଛୋଟ ଛୋଟ କୋଣରେ ଖାଦ୍ୟର କିଛି ଅଂଶ, ତେଲ ଲାଗି ରହିଯାଏ। ଯାହାଫଳରେ ଫଙ୍ଗସ୍ ଜମା ହେବାରେ ଲାଗେ। ସେହି ଟିଫିନରେ ପୁଣି ଥରେ ଖାଦ୍ୟ ପ୍ୟାକ୍ କରିବା ଦ୍ବାରା କୀଟାଣୁ ଖାଦ୍ୟରେ ଲାଗିଯାନ୍ତି ଯାହା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ।

ପ୍ଲାଷ୍ଟିକ୍ ଟିଫିନ୍‌ର ଅପକାରିତା
-ପ୍ଲାଷ୍ଟିକ ଟିଫିନ ବକ୍ସରେ ଥିବା ଖାଦ୍ୟ ସହ ମିଶି ପେଟକୁ ଗଲେ ହଜମ ପକ୍ରିୟାର ମଧ୍ୟ ପ୍ରଭାବ ପକାଏ ଯାହାଫଳରେ ପିଲାଙ୍କୁ ଭୋକ କମ ହୁଏ। ଖାଦ୍ୟ ଖାଇବାକୁ ଇଚ୍ଛା ହୋଇ ନ ଥାଏ।
– ପ୍ଲାଷ୍ଟିକ୍ ଟିଫିନ୍ ବକ୍ସରେ ପ୍ୟାକ ହୋଇଥିବା ଖାଦ୍ୟର ସ୍ୱାଦ ନଷ୍ଟ ହୋଇଯାଏ।
-ପ୍ଲାଷ୍ଟିକରେ ଥିବା କେମିକାଲରେ କର୍କଟ ରୋଗର ଆଶଙ୍କା ରହିଛି।

-ଏହି କେମିକାଲ ପିଲାଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ।

ପିଲା ଶୀଘ୍ର ମୋଟାପଣର ଶିକାର ହୋଇଯାଆନ୍ତି।
-ଆଜିକାଲି ଛୋଟ ପିଲା ମଧ୍ୟ ଅଧିକ ମାତ୍ରାରେ ମଧୁମେହ ରୋଗର ଶୀକାର ହେଉଥିବା ଦେଖିବାକୁ ମିଳୁଛି। ଏହାର କାରଣ ମଧ୍ୟ ଅଧିକ ପ୍ଲାଷ୍ଟିକ୍ ଜିନିଷର ବ୍ୟବହାର ହୋଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।



from Odisha Reporter https://ift.tt/2BVB7iR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages