
ୱାଶିଂଟନ୍: ଭାରତୀୟ ବାୟୁ ସେନା ଏଲଓସି ଅତିକ୍ରମ କରି ପାକିସ୍ତାନ ସୀମା ଭିତରେ ଥିବା ଜୈଶ-ଇ-ମହମ୍ମଦର ପ୍ରମୁଖ ଟ୍ରେନିଂ କ୍ୟାମ୍ପ ଧ୍ୱଂସ କରିବା ପରେ ଆତଙ୍କବାଦ ବିରୋଧରେ ‘ଅର୍ଥପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ’ ନେବାକୁ ଆମେରିକା ପାକିସ୍ତାନକୁ ତାଗିଦ କରିଛି। ଏତଦ୍ବ୍ୟତୀତ ଦୁଇ ପଡ଼ୋଶୀ ଦେଶ ଆକ୍ରମଣ ପ୍ରତି ଆକ୍ରମଣ ବନ୍ଦ କରି ସଂଯମ ରହିବା ପାଇଁ ଆହ୍ୱାନ କରିଛି।
ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ତାଙ୍କ ପ୍ରତିପକ୍ଷ ଶାହ ମହମ୍ମଦ କୁରେସିଙ୍କ ସହିତ ମାଇକ୍ ପୃଥକ୍ ପୃଥକ୍ ଭାବରେ ଆଲୋଚନା କରିବା ସହିତ ଏହି ଦୁଇ ମନ୍ତ୍ରୀ ପରସ୍ପର ମଧ୍ୟରେ ଆଲୋଚନା ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି। ଏତଦ୍ବ୍ୟତୀତ ସାମରିକ କାର୍ଯ୍ୟାନୁଷ୍ଠାନରୁ ଦୂରେଇ ରହିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି।
ମଙ୍ଗଳବାର ଭୋର ସମୟରେ ବାୟୁସେନାର ୧୨ ମିରାଜ୍ ଯୁଦ୍ଧବିମାନ ସମେତ ଅନ୍ୟ କିଛି ସୁଖୋଇ ବିମାନ ଏଲ୍ଓସି ପାର କରି ଜୈଶ୍ କ୍ୟାମ୍ପ ଉପରେ ଘନଘନ ବୋମା ବର୍ଷା କରିଥିଲେ। ଏଥିରେ ପ୍ରାୟ ୩୦୦ ଆତଙ୍କବାଦୀ ନିପାତ ହୋଇଥିବା ଜଣାଯାଇଛି। ଏହା ଗତ କିଛି ଦଶନ୍ଧି ମଧ୍ୟରେ ସବୁଠାରୁ ବଡ଼ ଆତଙ୍କୀ ସଂହାର କୁହାଯାଉଛି।
ଆଜି ଚୀନ୍ ଗସ୍ତରେ ରୁଷ୍ ଏବଂ ଚୀନ୍ର ବୈଦେଶିକ ମନ୍ତ୍ରୀଙ୍କ ସହିତ ବୈଠକରେ ଯୋଗଦେବାକୁ ଥିବା ସୁଷମା ସ୍ୱରାଜ କହିଛନ୍ତି, “ଏହା ଏକ ସାମରିକ ଆକ୍ରମଣ ନଥିଲା। ଜୈଶ ଭାରତରେ ପୁଣି ଏକ ଆକ୍ରମଣ କରିବାକୁ ଥିବାରୁ ଏହାକୁ ପ୍ରତିହତ କରିବା ଏହି ଆକ୍ରମଣର ଉଦ୍ଦେଶ୍ୟ ଥିଲା। ଭାରତ ଚାହୁଁନଥିଲା ଏଭଳି ଆକ୍ରମଣ ପୁଣି ହେଉ।”
from Odisha Reporter https://ift.tt/2UbjsdV
No comments:
Post a Comment