ଜିଓର ନୂଆ ଅଫର୍‌: ସାମସଙ୍ଗ୍‌ ଗାଲାକ୍ସି ଏମ୍‌ ସିରିଜ୍‌ରେ ମିଳିବ ଦୁଇଗୁଣା ଡାଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଜିଓର ନୂଆ ଅଫର୍‌: ସାମସଙ୍ଗ୍‌ ଗାଲାକ୍ସି ଏମ୍‌ ସିରିଜ୍‌ରେ ମିଳିବ ଦୁଇଗୁଣା ଡାଟା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବଦଳୁଛି ଅଫରର୍‌ର ଷ୍ଟାଇଲ୍। ଆଗରୁ ଅଫର୍‌ କହିଲେ ଡିସ୍କାଉଣ୍ଟ୍ ଆଉ ଲକି ଡ୍ର ବୋଲି ଆମେ ଭାବୁଥିଲେ। ଏବେ ଅଫର୍ କେମିତି ରୂପ ନେଲାଣି ପଢ଼ନ୍ତୁ।
ବର୍ତ୍ତମାନ ଭାରି ମାତ୍ରାରେ ସମସ୍ତଙ୍କୁ ଗ୍ରାସ କରିଥିବା ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଦେଶର ପ୍ରମୁଖ ସ୍ମାର୍ଟ ଫୋନ୍‌ କମ୍ପାନୀ ସାସ୍‌ସଙ୍ଗ ସହିତ ମିଳିତ ହୋଇ ଏକ ଅଫର ଘୋଷଣା କରିଛି। ସାମ୍‌ସଙ୍ଗ୍‌ ଗାଲାକ୍ସି ଏମ୍‌ ସିରିଜର ଏମ୍ ୧୦ ଏବଂ ଏମ୍ ୨୦ ସ୍ମାର୍ଟଫୋନ୍ ଯିଏ କିଣିବ ସେ ଏହି ଅଫର ପାଇବ। ଏହି ଅଫର୍‌ ଟି ହେଉଛି ‘ଜିଓ ସାମସଙ୍ଗ୍‌ ଗାଲାକ୍ସି ଏମ୍‌ ସିରିଜ୍‌’।
ଏହି ସ୍ୱତନ୍ତ୍ର ଅଫର ଅନୁଯାୟୀ ସାମସଙ୍ଗ ଗାଲାକ୍ସି ଏମ ସିରିଜ ଉପଭୋକ୍ତା ଜିଓର ୧୯୮ ଟଙ୍କା କିମ୍ବା ୨୯୯ ଟଙ୍କାର ରିଚାର୍ଜ କଲେ ଦୁଇଗଣ ଅଧିକ ଡାଟା ସୁବିଧା ପାଇବେ। କମ୍ପାନୀର ତଥ୍ୟ ଅନୁସାରେ ଜଣେ ଉପଭୋକ୍ତା ସର୍ବାଧିକ ୧୦ ଥର ଏହିଭଳି ଦୁଇଗୁଣା ଅଧିକ ଡାଟା ପାଇବା ପାଇଁ ରିଚାର୍ଜ କରିପାରିବେ। ଏଥିରେ ଗ୍ରାହକ ମୋଟ ଉପରେ ପ୍ରାୟ ୩୧୧୦ ଟଙ୍କା ସଂଚୟ କରିପାରିବେ। ୫ ଫେବୃୟାରୀରୁ ଏହି ଅଫର ଆରମ୍ଭ ହୋଇଛି।

୧୯୮ ଟଙ୍କା ପ୍ରିପେଡ୍‌ ପ୍ଲାନ୍‌ରେ ଉପଭୋକ୍ତା ବର୍ତ୍ତମାନ୨୮ ଦିନ ପର୍ଯ୍ୟନ୍ତ ଦୈନିକ ଦୁଇ ଜିବି ଡାଟା ପାଉଥିବା ବେଳେ ଏଥିରେ ପ୍ରତ୍ୟେକ ଦିନ ଚାରି ଜିବି ଡାଟା ପାଇବେ।
ସେହିପରି ୨୯୯ ଟଙ୍କା ପ୍ଲାନ୍‌ରେ ଉପଭୋକ୍ତା ପ୍ରତିଦିନ ତିନି ଜିବି ଡାଟା ପାଉଥିବା ବେଳେ ଅଫର୍‌ ଅନୁସାରେ ଉପଭୋକ୍ତା ୬ ଜିବି ଡାଟାର ସୁବିଧା ପାଇପାରିବେ।
ଗାଲାକ୍ସି ଏମ୍‌୧୦ର ବିଶେଷତ୍ୱ:
୧. ଏହି ଫୋନ୍‌ରେ ୬.୨ ଇଞ୍ଜର HD+ Infinity-V ଡିସ୍‌ପ୍ଲେ ରହିବା ସହିତ Octacore xinose 7870 processor ରହିଛି।
୨. କ୍ୟାମେରା କଥା କହିଲେ ଏଥିରେ ଆପଣ ବ୍ୟାକ୍‌ କ୍ୟାମେରା ୧୩ ମେଗା ପିକ୍ସେଲ୍‌ ଓ ଫ୍ରଣ୍ଟ୍‌ କ୍ୟାମେରା ୫ ମେଗା ପିକ୍ସେଲ୍‌ ପାଇପାରିବେ।
୩. ପାୱାର୍‌ ପାଇଁ ଏଥିରେ 3400 mAhର ବ୍ୟାଟେରୀ ରହିଛି।
୪. ଗାଲାକ୍ସି ଏମ୍‌୧୦ରେ ଆପଣ ୨ଜିବି ଓ ୩ଜିବି ରାମ୍‌ ଭାରିଏଣ୍ଟ୍‌ ଏବଂ ୧୬ ଜିବି ଓ ୩୨ ଜିବିଏମ୍‌ ଷ୍ଟୋରେଜ୍‌ ସୁବିଧା ପାଇପାରିବେ। ଆପଣ ଚାହିଁଲେ ଏହି ଷ୍ଟୋରେଜ୍‌କୁ ୫୧୨ ଜିବି ପର୍ଯ୍ୟନ୍ତ ବଢ଼ାଇପାରିବେ।
୫. ଯଦି ଆପଣ ୨ଜିବି ରାମ୍‌ ଓ ୧୬ ଜିବି ଷ୍ଟୋରେଜ୍‌ ଥିବା ଫୋନ୍‌ କିଣିବେ ଆପଣଙ୍କୁ ୭୯୯୦ ଟଙ୍କା ଦେବାକୁ ପଡ଼ିବ ।



from Odisha Reporter http://bit.ly/2GvM6Tm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages