ସାମର୍ଥ୍ୟଠୁ ବହୁପଛରେ ଅଛି ଓଡ଼ିଶାର ଋଣ ବୋଝ : ଅର୍ଥ ସଚିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ସାମର୍ଥ୍ୟଠୁ ବହୁପଛରେ ଅଛି ଓଡ଼ିଶାର ଋଣ ବୋଝ : ଅର୍ଥ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁମୋଦିତ ନିୟମ ମଧ୍ୟରେ ରହି ଋଣ କରାଯାଉଛି ଓ ଏବେ ଆହୁରି ଅଧିକ ଋଣ କରିବାର କ୍ଷମତା ଓଡ଼ିଶାର ଅଛି ବୋଲି ରାଜ୍ୟ ସରକାର ଦମ୍ଭୋକ୍ତି ବାଢ଼ିଛନ୍ତି। ତେବେ ଆସନ୍ତା ମାସ ୩୧ତାରିଖ ସୁଦ୍ଧା ରାଜ୍ୟର ଋଣବୋଝ ୮୭,୬୫୦କୋଟି ଟଙ୍କାରେ ପହଞ୍ଚିବ ବୋଲି ବଜେଟରେ ଆକଳନ କରାଯାଇଥିବାବେଳେ ୨୦୨୦ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଏହା ଲକ୍ଷେ କୋଟି ଟଙ୍କା ଟପିବ। ତେବେ ଏହା ରାଜ୍ୟର ମୋଟ ଜିଡିପିର ମାତ୍ର ୧୯.୨% ହେବ ଓ ୨୫% ପର୍ଯ୍ୟନ୍ତ ଋଣ କରିବାର ଅନୁମୋଦିତ ନିୟମ ଓଡ଼ିଶା ସରକାରଙ୍କ ସପକ୍ଷରେ ରହିଛି ବୋଲି ଅର୍ଥ ସଚିବ ଅଶୋକ କୁମାର ମୀନା କହିଛନ୍ତି।

ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର ଲେଖାନୁଦାନ(କାମଚଳା ବଜେଟ) ଆଗତ ହେବାପରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ଅର୍ଥ ସଚିବ ଶ୍ରୀ ମୀନା ମିଳିତ ଭାବେ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ୨୦୧୮ ଡିସେମ୍ବର ସୁଦ୍ଧା ରାଜ୍ୟର ଋଣଭାର ୭୯,୭୮୯କୋଟି ଟଙ୍କା ଥିଲା। ଯାହାକି ୨୦୧୯ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୮୭,୬୫୦କୋଟିରେ ପହଞ୍ଚିବ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେବଳ ଖୋଲା ବଜାରରୁ ୧୪,୬୫୦କୋଟି ଟଙ୍କା ଉଠାଇଛନ୍ତି। ଜିପିଏଫ ଓ ଅନ୍ୟାନ୍ୟ ସୂତ୍ରରୁ ମଧ୍ୟ ସରକାର ଋଣ ଉଠାଣ କରିଛନ୍ତି। ତେବେ ସରକାର ଯୁକ୍ତି ବାଢ଼ିଛନ୍ତି ଯେ ରାଜ୍ୟର ମୋଟ ଘରୋଇ ଉତ୍ପାଦନ(ଜିଏସଡିପି) ୫ଲକ୍ଷ ୪୦ହଜାର ୮୧୨ କୋଟି ଟଙ୍କା ହେବ। ତେଣୁ ଲକ୍ଷେ କୋଟି ଟଙ୍କା ଋଣ ହେଲେ ମଧ୍ୟ ତାହା ଜିଏସଡିପିର ୧୯.୨ ପ୍ରତିଶତ ମଧ୍ୟରେ ରହିବ ବୋଲି ସରକାର ଆକଳନ କରିଛନ୍ତି।



from Odisha Reporter http://bit.ly/2MR3tPo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages