ଟିଏମ୍‌ସି ବିଧାୟକଙ୍କୁ ହତ୍ୟା: ଅଭିଯୋଗ ଖଣ୍ଡନ କଲେ ମୁକୁଲ ରାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଟିଏମ୍‌ସି ବିଧାୟକଙ୍କୁ ହତ୍ୟା: ଅଭିଯୋଗ ଖଣ୍ଡନ କଲେ ମୁକୁଲ ରାୟ

କୋଲକାତା: ତୃଣମୂଳ କଂଗ୍ରେସ ବିଧାୟକ ସତ୍ୟଜିତ ବିଶ୍ୱାସଙ୍କ ହତ୍ୟା ଘଟଣାରେ ବିଜେପି ନେତାଙ୍କ ନାମକୁ ଯୋଡ଼ାଯିବା ଏବଂ ଏଥିରେ ବରିଷ୍ଠ ବିଜେପି ନେତା ମୁକୁଲ ରାୟଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ପରେ ଏହାକୁ ଖଣ୍ଡନ କରିଛନ୍ତି ମୁକୁଲ। ଏହି ମାମଲାରେ ହୋଇଥିବା ଏଫ୍‌ଆଇଆର୍‌ରେ ଯେଉଁ ୪ଜଣଙ୍କ ନାମ ଯୋଡ଼ାଯାଇଛି ସେଥିରେ ମୁକୁଲଙ୍କ ନାମ ମଧ୍ୟ ରହିଛି।

ଏକ ଟ୍ୱିଟ୍ କରି ମୁକୁଲ ଏହି ଅଭିଯୋକୁ ଖଣ୍ଡନ କରିବା ସହିତ କହିଛନ୍ତି ତୃଣମୂଳ କଂଗ୍ରେସ ଦଳ ମଧ୍ୟରେ ରହିଥିବା ଅନ୍ତର୍କନ୍ଦଳ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି।

ରବିବାର, ତୃଣମୂଳ କଂଗ୍ରେସ ବିଧାୟକ ସତ୍ୟଜିତ ବିଶ୍ୱାସଙ୍କୁ ସରସ୍ୱତୀ ପୂଜା ଭଳି ଏକ ପବିତ୍ର ଦିନରେ ଗୁଳି କରି ହତ୍ୟା କରାଯାଥିଲା। ତୃଣମୂଳ କଂଗ୍ରେସ ବିଜେପିର ସମ୍ପୃକ୍ତି ନେଇ ଅଭିଯୋଗ କରିଆସୁଛି। ପୁଲିସ ୨ଜଣଙ୍କୁ ଗିରଫ କରିସାରିଥିବାବେଳେ ଜଣେ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖି ମୁକୁଲ କହିଥିଲେ. “ମୃତ ବିଧାୟକ ସତ୍ୟଜିତ ବିଶ୍ୱାସଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଭଳି ଘୃଣ୍ୟ ଓ ସାଂଘାତିକ ଅପରାଧର ନିରପେକ୍ଷ ତଦନ୍ତ ଦାବି କରୁଛି। ମୁଁ ବିଶ୍ୱାସ କରୁଛି ଏହି ଘଟଣାରେ କେହି ମଧ୍ୟ ବିଜେପି ନେତା ସମ୍ପୃକ୍ତ ନାହାନ୍ତି, ଏହା ଟିଏମ୍‌ସିର ଅନ୍ତଃ କନ୍ଦଳ କାରଣରୁ ହୋଇଛି। ତେବେ ଟିଏମ୍‌ସି ବିଜେପି ନାମରେ ମିଛ ଅଭିଯୋଗ ଯୋଡ଼ିବା ପାଇଁ ବ୍ୟାକୁଳ ହେଉଛି।”

ସୂଚନାଯୋଗ୍ୟ ଯେ ମୁକୁଲ ରାୟ ମୂଳତଃ ତୃଣମୂଳ କଂଗ୍ରେସ ନେତା। ସେ ଟିଏମ୍‌ସିର ପୂର୍ବତନ ସାଂସଦ ଏବଂ ୟୁପିଏ-୨ ସରକାରରେ କେନ୍ଦ୍ର ରେଳମନ୍ତ୍ରୀ ଦାୟିତ୍ୱ ତୁଲାଇସାରିଛନ୍ତି। ମାତ୍ର ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କ ସହିତ ସମ୍ପର୍କ ଖରାପ ହେବାପରେ ସେ ବିଜେପିରେ ଯୋଗ ଦେଇଥିଲେ।



from Odisha Reporter http://bit.ly/2IhlA2D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages