ଗଛ ତଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଗଛ ତଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ଭଦ୍ରକ:(ଓଡ଼ିଶା ରିପୋର୍ଟର)ରାଜ୍ୟସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଅନୁଦାନ ମିଳୁଥିଲେ ବି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଗ୍ରାମାଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଶେଷ ହୋଇପାରୁନି। ଏହାର କୌଣସି ବିକଳ୍ପ ବ୍ୟବସ୍ଥା ନିମନ୍ତେ ମଧ୍ୟ ତତ୍ପରତା ପ୍ରକାଶ ପାଉନି। ଫଳରେ ବର୍ଷ ବର୍ଷ ଧରି କେଉଁଠି ବାରଣ୍ଡା ତ କେଉଁଠି ଗଛ ତଳେ ଚାଲୁଛି ଅଙ୍ଗନବାଡ଼ି କେନ୍ଦ୍ର ।

ଭଦ୍ରକ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ୬ଟି ଅଙ୍ଗଓ୍ୱାଡି କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ତେବେ ଏନେଇ ବାରମ୍ବାର ଅଭିଯୋଗ  ପରେ ବି ପ୍ରଶାସନ  କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି ।

କେଉଠି ବାରଣ୍ଡାରେ  ତ କେଉଁଠି ଖୋଲା ଆକାଶ ତଳେ ଚାଲିଛି ପାଠ ପଢା । ଭଦ୍ରକ, ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳରେ ଚାଳକୁଡିଆ  ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠପଢ଼ା।  ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର  କେତେକ ଅଙ୍ଗନଓ୍ୱାଡିରେ ମଧ୍ୟ ଏମିତି ହେଉଛି ଶିକ୍ଷାଦାନ। ଖୋଲା  ଆକାଶ ତଳେ ବର୍ଷ ବର୍ଷ ଧରି ଅସୁରକ୍ଷିତ ଭାବେ ପିଲାଙ୍କୁ ପାଠ ପଢାଯାଉଛି । ଏଭଳି ଅବସ୍ଥାରେ ଶିକ୍ଷାଦାନ ଚାଲିଥିଲେ ମଧ୍ୟ ପ୍ରଶାସନର ନଜର ପଡୁନି । ଅନେକଥର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବର୍ଷ ବର୍ଷ ଧରି ଏଭଳି ସ୍ଥିତିରେ ପିଲାଙ୍କୁ ପାଠ ପଢାଯାଉଥିବାବେଳେ ବିଭାଗୀୟ ଅଧିକାରୀଙ୍କ ସ୍ଥାଣୁତା ପାଇଁ ଯୋଜନା ଏକରକମ ଭେଳିକି ପାଲଟିଥିବା ଅଭିଯୋଗ ହୋଇଛି।  ଅପରପକ୍ଷେ ସିଡିପିଓଙ୍କ ପାଖରୁ ରିପୋର୍ଟ ଅଣାଯାଇ ଖୁବଶୀଘ୍ର ପଦକ୍ଷେପ ନେବା ପାଇଁ କହିଛନ୍ତି ବିଜ୍ଞାପିତ ଅଞ୍ଚଳ ନିର୍ବାହୀ ଅଧିକାରୀ ।



from Odisha Reporter http://bit.ly/2MXWcxs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages