
ଗୁଣ୍ଟୁର: ଟିଡିପି ସହିତ ବିଜେପିର ମେଣ୍ଟ ଭାଙ୍ଗିବାପରେ ପ୍ରଥମ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଲକ୍ଷ୍ୟ କରି ‘ଏନ୍ଟିଆର’ ବାଣ ଛାଡ଼ିଛନ୍ତି। ଏହା ସହିତ କହିଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ ନିଜକୁ ମୋଠାରୁ ସିନଅର କହୁଛନ୍ତି, ହଁ ପଟ ବଦଳାଇବାରେ, ନୂଆ ନୂଆ ଦଳ ସହିତ ମେଣ୍ଟ କରିବାରେ ଏବଂ ନିଜ ଶ୍ୱଶୁର ଏନ୍ଟି ରାମାରାଓ (ଏନ୍ଟିଆର) ଙ୍କ ପଛପଟୁ ଛୁରୀ ମାରିବାରେ ସେ ମୋଠାରୁ ସିନିଅର।
ସେ ଗୁଣ୍ଟୁରଠାରେ ଏକ ନିର୍ବାଚନୀ ଶୋଭାଯାତ୍ରାରେ ଯୋଗଦେଇ କହିଥିଲେ, “ଚନ୍ଦ୍ରବାବୁ ଅମରାବତୀ ପୁନଃନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଏବେ ନିଜର ପୁନଃନିର୍ମାଣରେ ଲାଗିଯାଇଛନ୍ତି। ସେ ଆନ୍ଧ୍ରପ୍ରଦେଶର SUN ରାଇଜ୍ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ନିଜ SONର ରାଇଜ୍ ପ୍ରତି ବେଶୀ ଧ୍ୟାନ ଦେଉଛନ୍ତି। ଗରିବଙ୍କ ପାଇଁ ନୂତନ ଯୋଜନା ବଦଳରେ ମୋ ଯୋଜନାରେ ନିଜ ଷ୍ଟିକର ଲଗାଇଦେଇଛନ୍ତି।”
ଆଜି ମୋଦିଙ୍କ ଏହି ଗସ୍ତକୁ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା। ବିଜୟୱାଡ଼ାର ବିମାନବନ୍ଦରରେ ସେ ପହଞ୍ଚିବାପରେ ସ୍ଥାନୀୟ ରାଜ୍ୟପାଳ ତାଙ୍କୁ ସ୍ୱଗତ କରିବାକୁ ଉପସ୍ଥିତ ଥିଲେ। କିନ୍ତୁ ପ୍ରୋଟୋକୋଲର ବିରୋଧରେ ଯାଇ କ୍ୟାବିନେଟ୍ରୁ କେହି ମଧ୍ୟ ମନ୍ତ୍ରୀ ଉପସ୍ଥିତ ନଥିଲେ।
ଅନ୍ୟପକ୍ଷରେ ଚନ୍ଦ୍ରବାବୁ ଏହାର ପ୍ରତିକ୍ରିୟା ରଖି କହିଛନ୍ତି, “ମୋଦି ଲୋକଙ୍କ ଟଙ୍କାରେ ରାଜନୀତି ପ୍ରଚାର କରୁଛନ୍ତି। ସେ ବ୍ୟକ୍ତିଗତ ଆକ୍ରମଣ କରିଲେ ମୋ ପକ୍ଷରୁ ମଧ୍ୟ ସମାନ ଉତ୍ତର ପାଇବେ।ମୁଁ ସାଧାରଣତଃ ବ୍ୟକ୍ତିଗତ ଆକ୍ରମଣ କରେନି, କିନ୍ତୁ ସେ ମୋତେ ଏପରି କରିବାକୁ ବାଧ୍ୟ କରୁଛନ୍ତି। ସେ ଟ୍ରିପଲ୍ ତଲାକ୍ ଆଇନ୍ ଆଣି ଉପେକ୍ଷିତ ମୁସଲିମ୍ ମହିଳାଙ୍କୁ ସାହାଯ୍ୟ କରିବା କଥା କହୁଛନ୍ତି, କିନ୍ତୁ ତାଙ୍କ ସ୍ତ୍ରୀ ଯଶୋଦା ବେନ୍ଙ୍କ ବାବଦରେ ପଚରାଗଲେ ତାଙ୍କ ପାଖରେ କୌଣସି ଉତ୍ତର ନଥାଏ।”
from Odisha Reporter http://bit.ly/2ROmUcJ
No comments:
Post a Comment