ଧଉଳି-କଳିଙ୍ଗ ମହୋତ୍ସବ: ଅନ୍ତିମ ସଂଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଓ ସମରକଳାର ଚମତ୍କାର ମିଶ୍ରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଧଉଳି-କଳିଙ୍ଗ ମହୋତ୍ସବ: ଅନ୍ତିମ ସଂଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଓ ସମରକଳାର ଚମତ୍କାର ମିଶ୍ରଣ

ଭୁବନେଶ୍ୱର/ ଧଉଳି( ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିିତ ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୫ତମ ଧଉଳି କଳିଙ୍ଗ ମହୋତ୍ସବ ଉଦ୍‍ଯାପନୀ ଉତ୍ସବରେ ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହୋଇଯାଇଛି।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଭାରତର ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ କାର୍ଯ୍ୟକ୍ରମରୁ। ବାଙ୍ଗାଲୋରରୁ ଆସିଥିବା ମଧୁଲିତା ମହାପାତ୍ର ଓ ସାଥୀଙ୍କ ଦ୍ୱାରା ପ୍ରଥମେ ଶିଭମ ଧିମାହୀ ପରେ ପରେ ହରି ସ୍ମରଣମ ମାଡ଼ୋ ପରିବେଶିତ ହୋଇଥିଲା। ଦୁଇଟିଯାକ ନୃତ୍ୟର ସଂରଚନା କରିଥିଲେ ନିଜେ ମଧୁଲିତା ମହାପାତ୍ର। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ନୂଆଦିଲ୍ଲୀରୁ ଆସିଥିବା ରାଣି ଖନ୍ନମ ଓ ସାଥୀଙ୍କ ନାଚତ ସୁଧାଙ୍ଗ ଶ୍ରୀ ନନ୍ଦ ନନ୍ଦନ ଓ ପରେ ପରେ ଯୁମୁନାଷ୍ଟକମ। ଯେଉଁଥିରେ କଥକ ନୃତ୍ୟର ସୌନ୍ଦର୍ଯ୍ୟ, ବିଭବ ଏବଂ ତାତ୍ତ୍ୱିକ ବିଶ୍ଳେଷଣକୁ କଳାକାରମାନେ ଅତି ଚମତ୍କାର ଭାବେ ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ।

ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା କେରଳରୁ ଆସିଥିବା ଶ୍ରୀଜିତ ଟି.ଆର ଓ ସାଥୀଙ୍କ ଦ୍ୱାରା ସମକାଳ ନୃତ୍ୟ କଲାରି ପାଇଟୁ। ନିରବତାର ଭଙ୍ଗୁରତା, ବିପଦର ଅସ୍ଥିରତା ଏବଂ ଗତିଚଳନର ସାଂଗତିକତାର ଏକ ଅପୂର୍ବ ସମନ୍ୱୟ ଏହି ନୃତ୍ୟ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା। ଅନ୍ତିମ ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ଭୁବନେଶ୍ୱରର ଓଡ଼ିଶା ଡ୍ୟାନ୍ସ ଏକାଡେମୀ, ବେଙ୍ଗାଳୁରୁର କର୍ଣ୍ଣକୁପିୟା କ୍ରିଏସନ ଓ କଟକର ମୋକ୍ଷ ଅନୁଷ୍ଠାନର ମହମଦ ସୈଫୁଲ ହକଙ୍କ ମିଳିତ ସହଯୋଗରେ ଏକ ଅଭିନ୍ନ ନୃତ୍ୟ କାର୍ଯ୍ୟକ୍ରମ- ମେକ ଇନ ଓଡ଼ିଶା। ଓଡ଼ିଶାର ଐତିହାସିକ ଗୌରବ ଓ ଉଚ୍ଚକୋଟୀର କଳାକୁ ସେମାନେ ତାଙ୍କ ନୃତ୍ୟ ମାଧ୍ୟମରେ ଉପସ୍ଥାପିତ କରିଥିଲେ। ଓଡ଼ିଶୀ ସହିତ ସମକାଳୀନ ଓ ଆଧୁନିକ ନୃତ୍ୟରେ ପ୍ରସ୍ତୁତ ଏହି ଫ୍ୟୁଜନ ବେଶ ଚିତ୍ତାକର୍ଷକ ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ରହି ଉପଭୋଗ କରିଥିଲେ।

ସଂଧ୍ୟାର ଅତିଥିମାନେ ଥିଲେ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର, ଭାରତୀୟ ବିଦ୍ୟା ଭବନର ଡ. ଏସ. କେ ଟାମୋଟିଆ; ଏନଟିପିସିର ଜେନେରାଲ ମ୍ୟାନେଜର ସେବାଷ୍ଟିଆନ ଜୋଜେଫ, ନୃତ୍ୟ ସମୀକ୍ଷକ ଡ. ସୁନିଲ କୋଠାରୀ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ଆର୍ଟ ଭିଜନର ସମ୍ପାଦକ ଗୁରୁ ଇଲିୟାନା ସିତାରିଷ୍ଟି, ଓଡ଼ିଶା ଡ଼୍ୟାନ୍ସ ଏକାଡେମୀର ସମ୍ପାଦକ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣୀ ମିଶ୍ର ଓ ଡ଼. ଶ୍ରୀନିବାସ ଘଟୁଆରୀ।



from Odisha Reporter http://bit.ly/2WVXZrx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages