‘କାଲି ବନ୍ଦ କରିବୁ, ଓହରିବୁନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

‘କାଲି ବନ୍ଦ କରିବୁ, ଓହରିବୁନି’

farmer

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ୨୧ ତାରିଖ ବନ୍ଦ ଡାକରାରୁ ଓହରିବନି ନବ ନିର୍ମାଣ କୃଷକ ସଂଗଠନ। ସରକାର ଧମକ ସତ୍ତ୍ୱେ ବନ୍ଦ ପାଳନରୁ ଓହରିବୁନି ବୋଲି କହିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି।

ସେ ଆହୁରି କହିଛନ୍ତି, “ବନ୍ଦ ପାଳନରୁ ଅତ୍ୟାବଶ୍ୟକୀୟ ବ୍ୟବସ୍ଥାକୁ ବାଦ୍ ଦିଆଯିବ। ବନ୍ଦ ଯୋଗୁ ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ସେଭଳି କିଛି ଅସୁବିଧା ହେବନି।”

କୃଷକ ସଂଗଠନର ଏହି ଆନ୍ଦୋଳନ ଡାକରାକୁ ବିଜେପି କୃଷକ ମୋର୍ଚ୍ଚା ସମର୍ଥନ ଜଣାଇଛି। ଦଳର କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି, “ସରକାର ଚାଷୀଙ୍କୁ ମାନସିକ ନିର୍ଯାତନା ଦେଉଥିବାରୁ ଆମେ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛୁ। ଚାଷୀ ସନ୍ତ୍ରାସବାଦୀ ନୁହନ୍ତି, ନିୟନ୍ତ୍ରଣ ବାହାରକୁ ଯିବେ ନାହିଁ।”

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, “କୃଷକମାନଙ୍କ ପାଇଁ ଆମେ ବ୍ୟାପକ ପଦକ୍ଷେପ ନେଇଛୁ। ଆଶା କରିଥିଲୁ ସେମାନେ ସହଯୋଗ କରିବେ। କିନ୍ତୁ ଏକପାଖିଆ ଭାବେ ନବ ନିର୍ମାଣ କୃଷକ ସଂଗଠନ ସାଥୀମାନେ ଆନ୍ଦୋଳନକୁ ଚଳାଇ ରଖିଛନ୍ତି। ଆଗକୁ ମାଟ୍ରିକ ପରୀକ୍ଷା ରହିଛି। ଏପରି ସ୍ଥିତିରେ ଆନ୍ଦୋଳନ ସାଧାରଣ ଜନଜୀବନ ଓ ମାଟ୍ରିକ ପରୀକ୍ଷାକୁ ପ୍ରଭାବିତ କରିବ। ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି ଯେତେ କହିଲେ ବି ଏହା ଲୋକଙ୍କୁ ପ୍ରଭାବିତ କରିବ।”

ସୂଚନାଯୋଗ୍ୟ, ‘ଗଣତନ୍ତ୍ର ବଞ୍ଚାଅ, ଚାଷୀ ବଞ୍ଚାଅ’ ଆହ୍ୱାନ ଦେଇ ନବ ନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି।

ସଂଗଠନ ପକ୍ଷରୁ କୁହାଯାଇଛି, “ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନାହିଁ। ସଂଗଠନ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ ପାଇଁ ଯେତେଥର ଆହ୍ୱାନ ଦିଆଯାଇଛି, ରାଜ୍ୟ ସରକାର ତାକୁ ଭଣ୍ଡୁର କରୁଛନ୍ତି। ପୁଲିସ୍‌ ଲଗାଇ ଚାଷୀଙ୍କୁ ଅଟକ, ଗିରଫ କରାଯାଉଛି। ଚାଷୀଙ୍କଠାରୁ ମତବ୍ୟକ୍ତ ଓ ଆନ୍ଦୋଳନ କରିବାର ଅଧିକାର ଛଡ଼ାଇ ନେଇଛନ୍ତି ସରକାର।”

ଏହାସହ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ଧାନ ଏମ୍‌ଏସ୍‌ପି ୨୯୩୦ ଟଙ୍କାକୁ ବଢ଼ାଇବା ଓ ଚାଷୀଙ୍କୁ ପେନସନ ପାଇଁ ଅର୍ଥ ବରାଦ କରିବାକୁ ସଂଗଠନ ଦାବି କରିଛି।



from Odisha Reporter https://ift.tt/2GyIfFH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages