ଚାଲିଗଲେ ଲୋକପ୍ରିୟ ଫ୍ୟାଶନ୍‌ ଡିଜାଇନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ଚାଲିଗଲେ ଲୋକପ୍ରିୟ ଫ୍ୟାଶନ୍‌ ଡିଜାଇନର

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ୍‌ ଫ୍ୟାଶନ୍‌ ଡିଜାଇନର୍‌ କାର୍ଲ ଲଜେରଫେଲ୍ଡ୍‌ଙ୍କର ୮୫ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ କାର୍ଲ ଦୁଇ ସପ୍ତାହ ଧରି ଅସୁସ୍ଥ ଥିଲେ ଏବଂ ପ୍ୟାରିସ୍‌ର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ମଙ୍ଗଳବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
କାର୍ଲ ଲଜେରଫେଲ୍ଡ୍‌ ଜର୍ମାନୀର ଜଣେ କ୍ରିଏଟିଭ୍‌ ଡାଇରେକ୍ଟର, ଫ୍ୟାଶନ୍‌ ଡିଜାଇନର୍‌ ଥିଲେ। ଫ୍ରେଞ୍ଚ୍‌ ଫ୍ୟାଶନ୍‌ ହାଉସ୍‌ ସନେଲ୍‌ରେ ସେ ଦୀର୍ଘ ୩୦ ବର୍ଷ ଧରି ସେ ଫ୍ୟାଶନ୍‌ ଡିଜାଇନର୍‌ ରହିଥିଲେ।
କାର୍ଲ ଲଜେରଫେଲ୍ଡଙ୍କ ମୃତ୍ୟୁରେ ବଲିଉଡ୍‌ ସେଲିବ୍ରିଟି ସୁସ୍ମିତା ସେନ୍‌, ନେହା ଧୁପିଆ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।
ସୁସ୍ମିତା ଟ୍ୱିଟ୍‌ କରି ଲେଖିଛନ୍ତି, “କାର୍ଲ ଲଜେରଫେଲ୍ଡ୍‌ଙ୍କର ସେ ବହୁତ ବଡ଼ ଫ୍ୟାନ୍ ଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।”

ନେହା ଧୁପିଆ ଲେଖିଛନ୍ତି, “ଆମେ ଫ୍ୟାଶନ୍ ଜଗତର ଜଣେ ଆଇକନ୍‌ଙ୍କୁ ହରାଇ ଦୁଃଖପ୍ରକାଶ କରୁଛୁ।”
ସେହିପରି ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ଆଥିୟା ସେଟ୍ଟି, ହିମାଂଶ କୋହଲି, ମନିସ୍‌ ମଲହୋତ୍ରା, ହୁମା କ୍ୟୁରେସି ଓ ଅନିତା ଶରାଫ୍‌ ପ୍ରଭୃତି ଟ୍ୱିଟ୍‌ କରି ଦୁଃଖପ୍ରକାଶ କରିଛନ୍ତି।

 



from Odisha Reporter https://ift.tt/2Ne8NMW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages