
ଅକ୍ଲାଣ୍ଡ:ରୋମାଞ୍ଚକର ଦ୍ୱିତୀୟ ଟି୨୦ ହାରିବା ସହିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ୩ଟିକିଆ ଟି୨୦ ସିରିଜ୍ରେ ପରାଜୟ ବରଣ କରିଛି ଭାରତୀୟ ମହିଳା କ୍ରିକେଟ୍ ଦଳ । ଆଜିର ମ୍ୟାଚ୍ରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ୪ ୱିକେଟ୍ରେ ପରାଜିତ କରିଥିବାବେଳେ ଏହା ପୂର୍ବରୁ ପ୍ରଥମ ଟି୨୦ରେ ମଧ୍ୟ ଭାରତ ୨୩ ରନ୍ରେ ହାରିସାରିଥିଲା।
ସିରିଜ୍ ବଞ୍ଚାଇବା ପାଇଁ ଭାରତ ପାଇଁ ଶେଷ ସୁଯୋଗ ଥିଲା ଏହି ଦ୍ୱିତୀୟ ମ୍ୟାଚ୍। ତେବେ ଏହି ମ୍ୟାଚ୍ର ପ୍ରଥମ ୧୦ ଓଭରରେ ୨ ୱିକେଟ୍ ହରାଇ ୭୨ ରନ୍ କରିସାରିଥିବା ଭାରତ ୬ ୱିକେଟ୍ ହରାଇ ମାତ୍ର ୧୩୫ ରନ୍ରେ ସୀମିତ ରହିଥିଲା।
ଏହି ମ୍ୟାଚ୍ ପରାଜୟ ପରେ ହରମନ୍ ପ୍ରୀତ୍ କୌର କହିଛନ୍ତି, ବୋଲରମାନଙ୍କୁ ଧନ୍ୟବାଦ ଜଣାବାକୁ ହେବ। କାରଣ ସେତେବଡ଼ ସ୍କୋର ହୋଇନଥିଲେ ମଧ୍ୟ ସେମାନେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ। ଆମେ ୨୦ ରନ୍ କମ୍ କରିଥିଲୁ, ସେମାନେ ଭଲ ଖେଲେ। ଆମ ଭୁଲରୁ ଆମକୁ ଶିଖିବାକୁ ହେବ।
ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ଜେମିମା ରୋଡ୍ରିଗ୍ସ ୫୩ ବଲ୍ରୁ ୬ ବାଉଣ୍ଡରୀ ସହିତ ବିସ୍ଫୋରକ ୭୨ ରନ୍ କରିଥିଲେ, କିନ୍ତୁ ଅନ୍ୟମାନଙ୍କ ପ୍ରଦର୍ଶନ ଏତେ ଭଲ ନଥିଲା। ଦ୍ୱିତୀୟ ସର୍ବାଧିକ ସ୍କୋରର ଭାବରେ ସ୍ମୃତି ମାନ୍ଧନା ୩୬ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଆରଏ ମାଇର୍ ୨ଟି ୱିକେଟ୍ ନେଇଥିଲେ।
ଅନ୍ୟପକ୍ଷରେ ୧୩୬ ରନ୍ର ସହଜ ଟାର୍ଗେଟ୍କୁ ହାସଲ କରିବା ମଧ୍ୟ ନ୍ୟୁଜିଲ୍ୟାଣ୍ଡ ପାଇଁ କାଠିକର ପାଠ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ସୁଜି ବେଟ୍ସ ୬୨ ରନ୍ କରିଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ଆମି ସାଟ୍ଟରଥ୍ୱେଟ୍ ୨୩ ରନ୍ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ରାଧା ଯାଦବ ଏବଂ ଅରୁନ୍ଧତୀ ରେଡ୍ଡୀ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।
ଶେଷ ଓଭରଟି ରୋମାଞ୍ଚକର ସ୍ଥିତିରେ ଥିଲା। କାରଣ ୧୩୬ ରନ୍ରେ ପହଞ୍ଚିବା ପାଇଁ ନ୍ୟୁଜିଲ୍ୟାଣ୍ଡ ଆହୁରି ୯ରନ୍ ଆବଶ୍ୟକ କରୁଥିଲା। ତେବେ ପ୍ରଥମ ବଲ୍ରେ ହିଁ କେଟୀ ମାର୍ଟିନ୍ ମାନସୀ ଯୋଶୀଙ୍କ ପ୍ରଥମ ବଲ୍ରୁ ଚୌକା ମାରି ବିଜୟକୁ ସହଜ ସ୍ଥିତିକୁ ନେଇଯାଥିଲେ। ଏହା ପରେ ୫ ବଲ୍ରୁ ୫ ରନ୍ ଆବଶ୍ୟକ ହେଉଥିଲା।
ଦ୍ୱିତୀୟ ବଲ୍ରେ ହିଁ ମାର୍ଟିନ୍ ଆଉଟ୍ ହୋଇଯାଇଥିଲେ। ତେବେ ତୃତୀୟ ଓ ଚତୁର୍ଥ ବଲ୍ରେ ଦୁଇଟି ଡବଲ୍ ଏବଂ ଶେଷ ଦୁଇ ବଲ୍ରେ ଦୁଇଟି ସିଙ୍ଗିଲ କରି କାସ୍ପରେକ୍ ଓ ରୋ’ ଯୋଡ଼ି ନ୍ୟୁଜିଲ୍ୟାଣ୍ଡକୁ ବିଜୟୀ କରାଇଥିଲେ।
from Odisha Reporter http://bit.ly/2DmmpBh
No comments:
Post a Comment