ସିକ୍ୟୁରିଟି ଗାର୍ଡଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର: ବାପାଙ୍କ ଚାକିରି ପାଇଁ ହତ୍ୟା ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ସିକ୍ୟୁରିଟି ଗାର୍ଡଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର: ବାପାଙ୍କ ଚାକିରି ପାଇଁ ହତ୍ୟା ସନ୍ଦେହ

deogarh

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଆଜି ସକାଳେ ଦେବଗଡ଼ ଏସ୍‌ପି କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଏକ ଘରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରାଜେନ୍ଦ୍ର ବଳୁଆ। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାକୁ ନେଇ ଯେଉଁ ଅଭିଯୋଗ ଆସୁଛି ତାକୁ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ।

ଗତକାଲି ରାତିରେ ରାଜେନ୍ଦ୍ରଙ୍କ ଘରକୁ ବସାଲଇ ଗାଁରେ ରହୁଥିବା ତାଙ୍କ ବଡଭାଇ ସଚ୍ଚିଦାନନ୍ଦ ବଳୁଆ ଆସିଥିଲେ। କୌଣସି କାରଣରୁ ଦୁଇଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା। ଆଜି ତାଙ୍କ ଘର ଆଗରେ ରାଜେନ୍ଦ୍ରଙ୍କ ଗୁଳିବିଦ୍ଧ ମୃତଦେହ ଦେଖିବାକୁ ମିଳିଥିଲା। ଖବରପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

ଘରର ପାଚେରି ବାହାରେ ପଡ଼ିଥିବା ସଚ୍ଚିଦାନନ୍ଦର ମୋବାଇଲକୁ ପୁଲିସ୍ ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ, ମୃତ ରାଜେନ୍ଦ୍ର ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବାପା ବୈଷ୍ଣବ ବଳୁଆ ରେଙ୍ଗାଳି ଡ୍ୟାମ ପ୍ରୋଜେକ୍ଟ ଜୋନ ଅଫିସରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଉତ୍ତରାଧିକାରୀ ଭିତ୍ତିରେ ଚାକିରି ପାଇଁ ଦୁଇଭାଇ (ସଚ୍ଚିଦାନନ୍ଦ ଓ ରାଜେନ୍ଦ୍ର)ଙ୍କ ମଧ୍ୟରେ ବିବାଦ ଦେଖାଦେବା ସହ ଅନେକ ସମୟରେ ଗଣ୍ଡଗୋଳ ହେଉଥିଲା।

ଏହି କ୍ରମରେ ଗତକାଲି ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାକୁ ନେଇ ରାଜେନ୍ଦ୍ରେଙ୍କୁ ହତ୍ୟା କରାଯାଇ ପାରିଥାଏ ବୋଲି ପୁଲିସ ସନ୍ଦେହ କରୁଛି।



from Odisha Reporter http://bit.ly/2TKx7s8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages