ଖୁବ୍‌ ଶୀଘ୍ର ପରଦାକୁ ଫେରୁଛନ୍ତି ଇରଫାନ୍ ଖାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଖୁବ୍‌ ଶୀଘ୍ର ପରଦାକୁ ଫେରୁଛନ୍ତି ଇରଫାନ୍ ଖାନ୍

ମୁମ୍ବାଇ: ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। କିଛି ଦିନ ହେବ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମ୍‌ର କ୍ୟାନ୍‌ସରରେ ପୀଡ଼ିତ ଥିବା ଇରଫାନ୍‌ ଲଣ୍ଡନରେ ଚିକିତ୍ସିତ ହେଉଥିଲେ। ହେଲେ ସୂଚନା ଅନୁୟାୟୀ ସେ, ଏବେ ସୁସ୍ଥ ହୋଇ ମୁମ୍ବାଇ ଫେରିଛନ୍ତି। ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ଇରଫାନ୍‌ ବହୁତ ଶୀଘ୍ର ରୂପେଲୀ ପରଦାକୁ ଫେରିବେ ବୋଲି ଖବର ମିଳିଛି।

ଇରଫାନ୍‌ ଆସନ୍ତା ୨୨ ତାରିଖରୁ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ର ସିକ୍ୱେଲର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏବେ ଫିଲ୍ମର କଷ୍ଟୁମ୍‌ ଡିଜାଇନର ଇରଫାନ୍‌ଙ୍କ ଆଉଟଫିଟ୍‌ ପ୍ରସ୍ତୁତ କରିବାରେ ଲାଗି ପଡ଼ିଲେଣି। ପ୍ରଥମେ ଫିଲ୍ମ ନିର୍ମାତାମାନେ ଲଣ୍ଡନ ଯାଇ ଇରଫାନଙ୍କୁ ଦେଖା କରିଥିଲେ, ଏହା ପରେ ତାଙ୍କୁ ଫିଲ୍ମର ସ୍କ୍ରିପ୍ଟ ବିଷୟରେ କହିଥିଲେ। ସ୍କ୍ରିପ୍ଟ ଶୁଣିବା ପରେ ଇରଫାନ୍‌ ଫିଲ୍ମ ପାଇଁ ରାଜି ହୋଇଥିଲେ।

ଏବେ ଫିଲ୍ମର ହିରୋଇନ୍‌ ଖୋଜା ଚାଲିଛି। ଗତ କିଛିଦିନ ତଳେ ଶୁଣିବାକୁ ମିଳିଥିଲା ଯେ ‘ହିନ୍ଦୀ ମିଡିୟମ-୨’ରେ ଇରଫାନ୍‌ଙ୍କ ବିପକ୍ଷରେ କରୀନା କପୁର ଖାନ୍‌ ଜନର ଆସିବେ। ଏଥିପାଇଁ ଫିଲ୍ମ ନିର୍ମାତା କରୀନାଙ୍କୁ ଅଫର୍‌ ଦେଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ କରିନାଙ୍କ ତରଫରୁ କୌଣସି ଜବାବ ମିଳିନାହିଁ।

ଏହି ଫିଲ୍ମର ପ୍ରଥମ ଭାଗ ୨୦୧୭ରେ ରିଲିଜ୍ ହୋଇଥିଲା। ଯାହାର ନିର୍ଦ୍ଦେଶନା ସାକେତ ଚୌଧୁରୀ ଦେଇଥିଲେ। ଫିଲ୍ମରେ ଇରଫାନଙ୍କ ବିପକ୍ଷରେ ପାକିସ୍ତାନୀ ଅଭିନେତ୍ରୀ ସବା କମର୍‌ ଅଭିନୟ କରିଥିଲେ। ତେବେ ଫିଲ୍ମରେ ଇରଫାନ୍‌ ଓ ସବାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। କିନ୍ତୁ ଏବେ ପାକିସ୍ତାନୀ କଳାକାରଙ୍କ ଉପରେ ଭାରତରେ ବ୍ୟାନ୍‌ ଲାଗିଥିବାରୁ ସବା ଫିଲ୍ମର ସିକ୍ୱେଲ୍‌ରେ ଅଭିନୟ କରିପାରିବେ ନାହିଁ।



from Odisha Reporter http://bit.ly/2GwARe2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages