ଓଡ଼ିଶାରେ ପହଞ୍ଚିଲା ସହିଦ ଦୁଇ ଓଡ଼ିଆଙ୍କ ମରଶରୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଓଡ଼ିଶାରେ ପହଞ୍ଚିଲା ସହିଦ ଦୁଇ ଓଡ଼ିଆଙ୍କ ମରଶରୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ସେମାନଙ୍କ ମରଶରୀରକୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଅଣାଯାଇଥିଲା। ସହିଦଙ୍କ ପାର୍ଥିବ ଶରୀର ବିମାନ ବନ୍ଦରରେ ପହଞ୍ଚିବା ପରେ ସହିଦ୍‌ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ।

ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ସହିଦ୍‌ ପ୍ରସନ୍ନ କୁମାର ସାହୁ ଓ ସହିଦ ମନୋଜ କୁମାର ବେହେରାଙ୍କ ମରଶରୀରକୁ ସେମାନଙ୍କ ଗାଁ ନିଆଯିବ। ଗାଁ ଶ୍ମଶାନରେ ଜଳିବ ସେମାନଙ୍କ ଚିତା।

ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ-କାଶ୍ମୀରରେ ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତୀପୋରା ନିକଟରେ ଏହି ଆକ୍ରମଣ ହୋଇଥିଲା। ୨୫୦୦ରୁ ଅଧିକ ଯବାନ ୭୦ଟି ବସ୍‌ରେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା।



from Odisha Reporter http://bit.ly/2tnvRjh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages