
ନୂଆଦିଲ୍ଲୀ: ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରେ ଜଣେ ମହିଳାଙ୍କୁ ଛୁରି ଭୁଷି ହତ୍ୟା କରିବା ଅଭିଯୋଗରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ତେବେ ଫେରାର ଥିବା ଏହି ଅଭିଯୁକ୍ତକୁ ପୁଲିସ୍ ନୁହେଁ ବରଂ ମୃତ ମହିଳାଙ୍କ ପରିବାର ଲୋକେ ଖୋଜି ବାହାର କରିଛନ୍ତି।
ଭୁତୋବାଲିର ୨ ନମ୍ବର ଗଳିରେ ମହିଳାଙ୍କୁ ହତ୍ୟା କରିବା ପରେ, ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା। ନାଙ୍ଗଲୋଇ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଏହାସହ ମୃତକଙ୍କ ପରିବାର ଲୋକେ ମଧ୍ୟ ଅଭିଯୁକ୍ତକୁ ଖୋଜୁଥିଲେ। ଉକ୍ତ ଅଞ୍ଚଳରେ ଥିବା ଏକ ଶ୍ମଶାନ ଘାଟରେ ଅଭିଯୁକ୍ତ ଲୁଚି ଥିବା ସେମାନେ ଜାଣିବାକୁ ପାଇଥିଲେ। ସେଠାକୁ ଯାଇ ଅଭିଯୁକ୍ତକୁ ଦେଖିବା ପରେ ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ପୁଲିସ୍ ଉକ୍ତ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିଲା।
ମୃତ ମହିଳାଙ୍କର ଜଣେ ୧୨ବର୍ଷର ଝିଅ ଅଛି। ପୁଲିସ୍ ଝିଅର ବୟାନ୍ ଆଧାରରେ ଅପରାଧୀକୁ ପଚରା ଉଚରା କରୁଛି।
from Odisha Reporter http://bit.ly/2SmpCLt
No comments:
Post a Comment