ପ୍ରବଳ ତୁଷାରପାତ, ହିମାଚଳରେ ଯାତାୟତ ଠପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ପ୍ରବଳ ତୁଷାରପାତ, ହିମାଚଳରେ ଯାତାୟତ ଠପ୍‌

snow

ନୂଆଦିଲ୍ଲୀ: ଉତ୍ତର ଭାରତରେ ଚିନ୍ତା ବଢ଼ାଇଛି ତୁଷାରପାତ। ଗତ କିଛି ଦିନ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀର ବିଭିନ୍ନ ଅଞ୍ଚଳରେ ତୁଷାରପାତ ବଢ଼ିବା ସହ ପାରଦ ହ୍ରାସ ପାଇଛି। ରାସ୍ତାରେ ବରଫ ଜମା ହୋଇ ରହିଥିବାରୁ ଯାତାୟତରେ ନାହିଁ ନଥିବା ସମସ୍ୟା ଦେଖାଦେଇଛି।

କଶ୍ମୀରରେ କିଛି ଦିନ ଧରି ଲାଗିରହିଛି ଏଭଳି ଅବସ୍ଥା। ସେପଟେ ହିମାଚଳରେ ୫ଟି ଜିଲ୍ଲା ଶିମଲା, ଚମ୍ବା, କୁଲୁ, ଲାହୁଲ-ସ୍ପିତି ଓ କିନ୍ନୌର ଭଳି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ବରଫ ଅତଡା ଖସିବା ଆଶଙ୍କା କରି ଲୋକଙ୍କୁ ଉଚ୍ଚ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯିବା ସହ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ମଧ୍ୟ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ହିମପାତ ସହ ବର୍ଷା ସମ୍ଭାବନା ମଧ୍ୟ ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସେହିପରି ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ରାସ୍ତାରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବରଫ ସଫା କରାଯାଉଛି। ବାରମୁଳା-ଶ୍ରୀନଗର ରାସ୍ତାରେ ମଧ୍ୟ ପ୍ରବଳ ତୁଷାରପାତ ଯୋଗୁ ବନ୍ଦ ରହିଛି।

ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ମାଇନସକୁ ଖସିଆସିଛି। ଗତକାଲିଠାରୁ ଶ୍ରୀନଗର ବିମାନବନ୍ଦରରୁ କୌଣସି ବି ବିମାନ ଚଳାଚଳ କରିପାରିନାହିଁ। ଶ୍ରୀନଗର ବିମାନବନ୍ଦରରେ ଅବତରଣ କରିବାକୁ ଥିବା ପ୍ରାୟ ୨୭ଟିରୁ ୧୫ଟି ଫ୍ଲାଇଟ ବାତିଲ କରାଯାଇଛି।



from Odisha Reporter http://bit.ly/2t8Tk7K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages