କୋଲକାତା ପୁଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

କୋଲକାତା ପୁଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ମମତା ବାନାର୍ଜୀ ଧାରଣାରେ ବସିଥିବା ବେଳେ କୋଲକାତା ପୁଲିସ କମିଶନର ରାଜୀବ କୁମାର କେତେକ ପୁଲିସ ଅଫିସରଙ୍କ ସହିତ ଯାଇ ତାଙ୍କ ସହ ଧାରଣାରେ ଯୋଗ ଦେବା ଘଟଣାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଗୁରୁତ୍ୱର ସହ ଗ୍ରହଣ କରିଛି। ଆଜି ମନ୍ତ୍ରାଳୟ ପଶ୍ଚିମ ବଙ୍ଗ ମୁଖ୍ୟ ସଚିବଙ୍କୁ ଏକ ପତ୍ର ଲେଖି ଅଲ ଇଣ୍ଡିଆ ସର୍ଭିସ ଆଇନକୁ ଉଲ୍ଲଙ୍ଘନ କରିଥିବା ରାଜୀବ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି।

ଚିଠିରେ କୁହାଯାଇଛି ଯେ ସର୍ଭିସ ଆଇନ ଅନୁଯାୟୀ କୌଣସି ସର୍ବ ଭାରତୀୟ ସେବାର ଅଫିସର କୌଣସି ରାଜନୀତିକ ଦଳ ସହ ସଂଶ୍ଳିଷ୍ଟ ହେବା ଉଚିତ ନୁହେଁ। ରାଜୀବ କୁମାର ଏଭଳି କାର୍ଯ୍ୟ କରିଥିବାରୁ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ଏସମ୍ପର୍କରେ ମମତା ବାନାର୍ଜୀ କିମ୍ବା ପଶ୍ଚିମ ବଙ୍ଗ ସରକାରଙ୍କ ପ୍ରତିକ୍ରିୟା ଏଯାଏ ମିଳିନାହିଁ।

ସେ ଏକ ରାଜନୀତିକ ଦଳ ସହିତ ଧାରଣାରେ ଯୋଗଦେବା ସର୍ବ ଭାରତୀୟ ସେବା ନିୟମ ୧୯୬୯ର ଉଲ୍ଲଂଘନ କରିଥିବା ଏଥିରେ କୁହାଯାଇଛି। ରାଜୀବ ନିୟମ ୩ (୧), ୫(୧) ଏବଂ ୭ର ଉଲ୍ଲଂଘନ କରିଛନ୍ତି ବୋଲି ଏଥିରେ କୁହାଯାଇଛି।

ଆଜିର ଏହି ଚିଠି ପୂର୍ବରୁ ସୋମବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା, ଏହି ଘଟଣାକୁ ଗୁରୁତ୍ୱର ସହିତ ଅନୁଶୀଳନ କରାଯାଉଛି। ଏହି ଦିନ ଆହୁରି ମଧ୍ୟ କୁହାଯାଥିଲା ଯେ, ସିବିଆଇ ଟିମ୍‌କୁ ଅଟକାଇବାରେ ଆଇପିଏସ୍‌ ଅଧିକାରୀଙ୍କ ଭୂମିକା କ’ଣ ରହିଛି ତାହା ମଧ୍ୟ ତଦନ୍ତ ଘେରକୁ ଆସିବ। ସୂଚନାଯୋଗ୍ୟ ଯେ, ଗୃହମନ୍ତ୍ରଣାଳୟ ହିଁ ଆଇପିଏସ୍‌ଙ୍କ ନିୟନ୍ତ୍ରଣ କର୍ତ୍ତୃପକ୍ଷ।



from Odisha Reporter http://bit.ly/2tae3rD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages