ଆସନ୍ତାକାଲି ବିଜେଡିରେ ମିଶିବେ ଯୋଗେଶ, ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ନବୀନ ନିବାସରେ ଚାଲିଛି ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଆସନ୍ତାକାଲି ବିଜେଡିରେ ମିଶିବେ ଯୋଗେଶ, ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ନବୀନ ନିବାସରେ ଚାଲିଛି ବୈଠକ

jogesh

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଛାଡ଼ିବା ପରେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଯୋଗେଶଙ୍କ ମିଶ୍ରଣକୁ ବିରୋଧ କରୁଥିବା ବିଜେଡିର ସ୍ଥାନୀୟ ନେତାମାନଙ୍କୁ ମନାଇବାରେ ଦଳର ନେତୃତ୍ୱ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀର ବିଜେଡି ନେତ୍ରୀ କୁସୁମ ଟେଟେ ଓ ଦଳର ଆଗଧାଡ଼ିର କର୍ମୀମାନଙ୍କୁ ନବୀନ ନିବାସ ଡକାଯାଇ ସେମାନଙ୍କୁ ମନାଇବା ଉଦ୍ୟମ କରାଯାଉଛି। ଆଜି ପୂର୍ବାହ୍ନରେ ସୁନ୍ଦରଗଡ଼ରୁ ଆସିଥିବା ନେତାମାନେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଯୋଗେଶଙ୍କୁ ଦଳରେ ସାମିଲକୁ ନେଇ ସ୍ଥାନୀୟ ଅଞ୍ଚଳରେ ରହିଥିବା ବିରୋଧକୁ ଦୂର କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦ ଓ ଆଇଟି ସେଲ ଅଧ୍ୟକ୍ଷ ଅମର ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଆଲୋଚନା ହୋଇଥିଲା।

ଯୋଗେଶଙ୍କୁ ବିଜେଡିରେ ସାମିଲ କରାଇ ତାଙ୍କୁ ସୁନ୍ଦରଗଡ଼ରୁ ବିଜେଡି ପ୍ରାର୍ଥୀ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କିନ୍ତୁ କୁସୁମ ଟେଟେ ଓ ତାଙ୍କ ସମର୍ଥକମାନେ ଏହାକୁ ଦୃଢ଼ ବିରୋଧ କରିଥିଲେ। ଏପରିକି କୁସୁମଙ୍କୁ ଦଳ ପକ୍ଷରୁ ୨ଟି ପ୍ରସ୍ତାବ ଦିଆଯାଇଛି। ଯାହାକୁ ସେ ଗ୍ରହଣ କରିବାକୁ ରାଜି ନଥିବା ସୂଚନା ମିଳିଛି। ତାଙ୍କୁ ତଳସରାରୁ ଦଳୀୟ ପ୍ରାର୍ଥୀ କରାଯିବା ପ୍ରସ୍ତାବକୁ ସେ ରୋକଠୋକ୍ ଖଣ୍ଡନ କରିବା ପରେ ତାଙ୍କୁ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଏହି ପ୍ରସ୍ତାବରେ ବି ସେ ରାଜି ନଥିବା ଜଣାପଡ଼ିଛି। ସେ ସୁନ୍ଦରଗଡ଼ରୁ ଦଳର ପ୍ରାର୍ଥୀ ହେବା ଜିଦରେ ଅଟଳ ରହିଛନ୍ତି । କୁସୁମଙ୍କ ଏଭଳି ଜିଦ୍ ପରେ ତାଙ୍କ ସହ ନିଜେ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କଥା ହେବେ ବୋଲି ସୂଚନା ମିଳିଛି।

କୁସୁମଙ୍କ ଦୃଢ଼ ସମର୍ଥକମାନେ ଯୋଗେଶଙ୍କୁ ଏଣ୍ଟ୍ରି କରାଇ ଦଳୀୟ ପ୍ରାର୍ଥୀ କରାଯିବା ସପକ୍ଷରେ ନାହାନ୍ତି। ଯେଉଁଥିପାଇଁ ସୁନ୍ଦରଗଡ଼ରେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ନନ୍ଦ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଦୂତ ପ୍ରଣବ ପ୍ରକାଶ ଦାସ(ବବି) ଆଲୋଚନା ମାଧ୍ୟମରେ ନିର୍ଯ୍ୟାସ ବାହାର କରିବାକୁ ଯାଇ ଗାଳି ଶୁଣି ଫେରିବାକୁ ବାଧ୍ୟ ହୋଇଥିଲେ। ମାତ୍ର ବିଜେଡି ଦ୍ୱିତୀୟ କ୍ଷମତାକେନ୍ଦ୍ର ଏବେ ଯୋଗେଶଙ୍କ ମିଶ୍ରଣ ପାଇଁ ଦିନ ଧାର୍ଯ୍ୟ କରିସାରିଥିବାରୁ ତା’ପୂର୍ବରୁ କୁସୁମଙ୍କୁ ମନାଇବା ପ୍ରୟାସ ଚାଲିଛି। ସୂଚନା ଅନୁସାରେ ଯୋଗେଶ ଆସନ୍ତାକାଲି ନିଜର ଶତାଧିକ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଜେଡିରେ ସାମିଲ ହେବେ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତାକାଲି ଭବାନୀପାଟଣା ଓ ରାଉରକେଲା ଗସ୍ତରେ ଆସୁଥିବାବେଳେ ବିଜେଡି ଭୁବନେଶ୍ୱରରେ କଂଗ୍ରେସ ଛାଡ଼ିଥିବା ବିଧାୟକ ଯୋଗେଶ ସିଂଙ୍କୁ ଦଳରେ ସାମିଲ କରାଇବାକୁ ଯୋଜନା ପ୍ରସ୍ତୁତ କରିଛି।



from Odisha Reporter http://bit.ly/2MWLIyt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages