
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଆରଟିଓ କହି ଠକୁଥିବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅଞ୍ଚଳରୁ ୪ ଜଣ ଗିରଫ ହୋଇଛନ୍ତି। ଏମାନେ ଆରଟିଓର ପରିଚୟ ଦେଇ ଗାଡି ମାଲିକ ଏବଂ ଡ୍ରାଇଭରମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଏନେଇ ରାଉରକେଲା ପୁଲସ୍ ସୂଚନା ପାଇବା ପରେ ଘଟଣା ସ୍ଥଳରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି।
ସେମାନଙ୍କ ଠାରୁ ଗୋଟିଏ ସ୍କର୍ପିଓ ଗାଡି, ନଗଦ ୧୦ ହଜାର ଟଙ୍କା, ଖାକି ପୋଷାକ ଜବତ କରାଯାଇଛି। ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଜଣେ ଫରେଷ୍ଟ ଗାର୍ଡ ମଧ୍ୟ ଅଛନ୍ତି।
from Odisha Reporter http://bit.ly/2MUPqIO
No comments:
Post a Comment