
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଉପରେ ଏବେ ବିଜେପିର ନଜର। ନିର୍ବାଚନରେ ବିଜେଡିକୁ ହଟାଇ ଗାଦି ଦଖଲ ପାଇଁ ଜୋର ଲଗାଇ ଦେଇଛି। ମୋଦି, ଶାହ ଓ ଗଡ଼କରୀଙ୍କ ସହ ଅନ୍ୟ କେନ୍ଦ୍ରୀୟ ନେତା ଓଡ଼ିଶାକୁ ଘନ ଘନ ଗସ୍ତ କରୁଛନ୍ତି। ଏହି ପରିପେକ୍ଷୀରେ ଆସନ୍ତା ୧୭ ତାରିଖରେ ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଉତ୍ତର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଆସିବେ। ଏଥିସହ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଓ ମନୋଜ ସିହ୍ନା ମଧ୍ୟ ଆସୁଛନ୍ତି। ଏନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି।
କଂଗ୍ରେସ୍ ମଧ୍ୟ ଓଡ଼ିଶା ଉପରେ ନଜର କେନ୍ଦ୍ରୀଭୂତ କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଓଡ଼ିଶା ଗସ୍ତ କରିଥିଲେ। ସେ ପୁଣି ଥରେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ଚଳିତ ମାସ ଶେଷ ସପ୍ତାହରେ ସେ ଓଡ଼ିଶା ଆସିବେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ରାହୁଲଙ୍କ ଗସ୍ତକୁ ନେଇ ନିର୍ଦ୍ଦିଷ୍ଟ ତାରିଖ ଏବଂ ସ୍ଥାନ ସ୍ପଷ୍ଟ ହୋଇନାହିଁ।
from Odisha Reporter http://bit.ly/2BpafY4
No comments:
Post a Comment