ମଧ୍ୟବିତ୍ତଙ୍କୁ ବଜେଟ୍ ଉପହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ମଧ୍ୟବିତ୍ତଙ୍କୁ ବଜେଟ୍ ଉପହାର

ନୂଆଦିଲ୍ଲୀ (ଓଡ଼ିଶାରିପୋର୍ଟର): ୨୦୧୯-୨୦ ପାଇଁ ବଜେଟ୍‌ରେ ଯାହା ଆଶା କରାଯାଉଥିଲା ତାହା ହେଲା। ଆପଣଙ୍କର ବାର୍ଷିକ ଆୟ ଯଦି ୫ ଲକ୍ଷ ଟଙ୍କା ବା ତା’ଠାରୁ କମ୍ ତେବେ ଆପଣ ଚିନ୍ତାମୁକ୍ତ। ଆଉ ଏଣିକି ୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ଅନ୍ତରିଣ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ଏହି ଘୋଷଣା କରିଛନ୍ତି। ୨୦୧୮-୧୯ ସାଧାରଣ ବଜେଟ୍‌ରେ ଏହି ଘୋଷଣାକୁ ଆଶା କରାଯାଉଥିଲେ ମଧ୍ୟ ସରକାର ଜନସାଧାରଣଙ୍କୁ ନିରାଶ କରିଥିଲେ।

ପୂର୍ବ ନିୟମ ଅନୁସାରେ ବର୍ଷକୁ ଯେଉଁମାନେ୨.୫ ଲକ୍ଷ ଟଙ୍କା ଆୟ କରୁଛନ୍ତି ସେମାନଙ୍କୁ ପ୍ରତ୍ୟକ୍ଷ ଟିକସରୁ ବାହାରେ ରଖାଯାଇଛି।  ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ଆୟବର୍ଗର ବ୍ୟକ୍ତିଙ୍କୁ ୫% ଟିକସ ଦେବାକୁ ପଡ଼ୁଛି। ସେହିପରି ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ୨୦% ଟିକସ ଦେବାକୁ ପଡ଼ୁଛି।  ୧୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କୁ ୩୦% ଆୟକର ଦେବାକୁ ପଡ଼ୁଛି।

 



from Odisha Reporter http://bit.ly/2HKsa1e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages