
କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ପଞ୍ଚବଟ ଅଞ୍ଚଳରେ ଘରେ ପଶି ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ବିନିତ ବନଶଲଙ୍କ ଘର ଭିତରକୁ ଦୁଇ ଜଣ ଦୁର୍ବୃତ୍ତ ପଶିଥିଲେ। ଏହାପରେ ବନ୍ଧୁକ ଦେଖାଇ ୬ଲକ୍ଷ ଟଙ୍କା ସହ ଏକ ସୁନା ଚେନ୍କୁ ଲୁଟି ନେଇଥିଲେ।
ଦୁର୍ବୃତ୍ତମାନେ ଯିବା ସମୟରେ ଘରେ ଏକ ଦେଶୀ ବନ୍ଧୁକ ଛାଡ଼ି ଯାଇଥିଲେ। ଏହାକୁ ପୁଲିସ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2CXI1Uj
No comments:
Post a Comment