
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରେମ ପର୍ବର ଆରମ୍ଭ ଦିନରେ ରେଡ୍ ରୋଜ୍ ଦେଇଥିଲେ। ଯାହା ହୁଏତ ମଉଳି ଯାଇଥିବ। ଆଉ ସେ ଦିନ ମନକଥାବି କହିଦେଲେ। ଦୁଷ୍ଟ ନଜରରେ ତାଙ୍କୁ ଏମିତି ଆଖିଠାର ମାରିଲେ ଯେ, ସେ ଖାଲି ଘାରି ହେଉଛନ୍ତି। ଆପଣଙ୍କ ସେଇ ୮ ଅକ୍ଷର ତାଙ୍କୁ ରାତିରେ ଏବେ ଶୁଆଇ ଦେଉନି। ଆପଣ ଦେଇଥିବା ଚକଲେଟ୍ ବି ପାଟିରେ ମିଳେଇ ତାଙ୍କୁ ହସେଇ ଦେଇଥିଲା ଆଉ ଆପଣଙ୍କ ପ୍ରେମରେ କେତେ ମିଠା ଅଛି ସେ କଥା ବି କହି ସାରିଛି।
ଆଉ ଆଜି ପାଳି ପଡିଛି ସେଇ ସୁନ୍ଦର କଣ୍ଢେଇର। ଯାହାକୁ ଉପହାର ଦେଇ ଆପଣଙ୍କ ଉପସ୍ଥିତି ଯେ, ସବୁବେଳେ ତାଙ୍କ ସହ ଅଛି ତାହାକୁ ପ୍ରମାଣିତ କରନ୍ତୁ।
ଡେରି କରି ଜମା ଭୁଲ୍ କରନ୍ତୁନି। କଣ୍ଢେଇ ପରି ଡଉଲଡାଉଲ ଆପଣଙ୍କ ଭ୍ୟାଲେଣ୍ଟାଇନ୍ଙ୍କୁ ଗୋଟେ ଗୁଲୁଗୁଲିଆ ଟେଡି ଦିଅନ୍ତୁ, ଯାହାକୁ ଦେଖି ସେ ହସିବେ ଆଉ ଘାରି ହେଉହେଉ କହୁଥିବେ ମୋ ଭ୍ୟାଲେଣ୍ଟାଇନ୍… ଶୋ … ଫନି…।
from Odisha Reporter http://bit.ly/2DtyoNl
No comments:
Post a Comment