
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅପରାହ୍ନ ୫ଟା ୪୫ମିନିଟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହେବାକୁ ଥିବା ଏହି ବୈଠକର ଏଜେଣ୍ଡା ସମ୍ପର୍କରେ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ କିଛି ଅବଗତ କରାଯାଇନଥିଲେ ସୁଦ୍ଧା ସେମାନଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ବୈଠକରେ ୮ଟି ଏଜେଣ୍ଡା ଉପରେ ବିଚାରବିମର୍ଶ ହେବ। ଏଜେଣ୍ଡାରେ ବିଭିନ୍ନ ବିଭାଗର କ୍ୟାଡର ପୁନର୍ଗଠନ ଓ ଦୁଇଟି ଭିତ୍ତିଭୂମି ପ୍ରକଳ୍ପକୁ ଅନୁମୋଦନ ପ୍ରସ୍ତାବ ସାମିଲ ଥିବା ଜଣାପଡ଼ିଛି।
from Odisha Reporter https://ift.tt/2Nlf1dT
No comments:
Post a Comment