ଚାଷୀଙ୍କୁ ଶସ୍ତା ଭାବୁଛନ୍ତି ରାଜ୍ୟ ସରକାର: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଚାଷୀଙ୍କୁ ଶସ୍ତା ଭାବୁଛନ୍ତି ରାଜ୍ୟ ସରକାର: ବିଜେପି

samirmohanty

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “୧୯ବର୍ଷ ଧରି ରାଜ୍ୟର ଚାଷୀମାନଙ୍କୁ ଠକିଥିବା ସରକାର ଏବେ ଚାଷୀଙ୍କୁ ଡରୁଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ଚାଷୀମାନେ ଆଜି ବନ୍ଦ ପାଳନ କରୁଥିବାବେଳେ ସେମାନଙ୍କୁ ଅଗଣତାନ୍ତ୍ରିକ ଭାବେ ଗିରଫ କରୁଛନ୍ତି। ରାଜ୍ୟ ସରକାର ଚାଷୀଙ୍କୁ ଏଭଳି ଶସ୍ତା ଭାବିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ” ବୋଲି ବିଜେପି କହିଛି।

ଆଜି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଚାଷୀମାନେ ନିଜର ଦାବି ଉପସ୍ଥାପନ କରିବା ପାଇଁ ବାରମ୍ବାର ରାଜଧାନୀରୁ ଆସୁଥିବାବେଳେ ସରକାର ତାଙ୍କୁ ବେଆଇନ ଭାବେ ଗିରଫ କରୁଛନ୍ତି। ଖାଇବାବେଳେ ଚାଷୀଙ୍କୁ ମାଡ଼ ମାରୁଛନ୍ତି। ଆନ୍ଦୋଳନ ଓ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କ ଥିବାବେଳେ ଚାଷୀଙ୍କୁ ସରକାର ଏତେ ଶସ୍ତା କାହିଁକି ଭାବୁଛନ୍ତି। ଏହାର ଜବାବ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ।

ଚାଷୀ ସଂଗଠନର ବନ୍ଦ ପାଳନ ଓ ଚାଷୀଙ୍କ ଦାବିକୁ ବିଜେପି ନୈତିକ ସମର୍ଥନ ଦେଇଛି। ରାଜ୍ୟ ସରକାରଙ୍କ ଏଭଳି ଅଗଣତାନ୍ତ୍ରିକ ବ୍ୟବସ୍ଥା ଓ ଏକଛତ୍ରବାଦୀ ମାନସିକତାକୁ ବିଜେପି କୃଷକ ମୋର୍ଚ୍ଚା ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇଛି। ଚାଷୀ ନିଜର ହକ୍ ପାଇଁ ଆନ୍ଦୋଳନ କରୁଛି କିନ୍ତୁ ପୁଲିସ ପ୍ରଶାସନ ବାରମ୍ବାର ନାଲିଆଖି ଦେଖାଇ ସେମାନଙ୍କୁ ମାଡ଼ ମାରି ଗିରଫ କରୁଛି। ଏଭଳି ଅଗଣତାନ୍ତ୍ରିକ ବ୍ୟବସ୍ଥା ଓ ଏକଛତ୍ରବାଦୀ ମାନସିକତାକୁ ବିଜେପି କୃଷକ ମୋର୍ଚ୍ଚା ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସେହିପରି ପିଏମ-କିଷାନ ଯୋଜନାରେ ସାମିଲ ପାଇଁ ଓଡ଼ିଶାର ୪୫ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକାକୁ କାହିଁକି ଏବେ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଦିଆଯାଇନି ବୋଲି ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖିବା ଉଚିତ୍ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଗରିବ ଚାଷୀଙ୍କୁ ପିଏମ କିଷାନ ଯୋଜନାରେ ୬ହଜାର ଟଙ୍କା ମିଳିବା କଥା, କିନ୍ତୁ ରାଜ୍ୟ ସରକାର ଏଥିରେ ବାଧକ ସାଜୁଛନ୍ତି। ମୁଖ୍ୟମନ୍ତ୍ରୀ ଓଡିଶାର ଚାଷୀଙ୍କୁ ପ୍ରତାରଣା କରୁଛନ୍ତି। ସେଥିପାଇଁ ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ନିର୍ବାଚନକୁ ଆଖି ରଖି ନବୀନବାବୁ ବିନା ବଜେଟରେ ୭ଶହ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି। ଏହି ଚାଷୀ ବିରୋଧୀ ସରକାରକୁ ଆଗାମୀ ଦିନରେ ଓଡ଼ିଶାର ଚାଷୀମାନେ ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।



from Odisha Reporter https://ift.tt/2GCcuvu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages