ଭୂମିହୀନ ଲୋକଙ୍କୁ ଚିହ୍ନଟ ନକରି ଯୋଜନାରେ ସାମିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ଭୂମିହୀନ ଲୋକଙ୍କୁ ଚିହ୍ନଟ ନକରି ଯୋଜନାରେ ସାମିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭୂମିହୀନ ଲୋକଙ୍କୁ ଚିହ୍ନଟ ନକରି ‘କାଳିଆ’ ଯୋଜନାରେ ଭୂମିହୀନଙ୍କୁ ସାମିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେପି ଅଭିଯୋଗ କରିଛି। କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା’ ସମଗ୍ର ଦେଶରେ ଲାଗୁ ହୋଇଥିବାବେଳେ ଏଠି ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ଗଡ଼ାଇ ଚାଲିଛନ୍ତି। କାଳେ ଏହି ଯୋଜନା ଲାଗୁ ହେଲେ ପ୍ରଧାନମନ୍ତ୍ରୀ ମୋଦି ନାଁ ନେଇଯିବେ ସେଇଥିପାଇଁ ବିଜେଡି ‘ଚାହିଁ ଜଳକା ଖେଳ ଖେଳୁଛି’ ବୋଲି ବିଜେପି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଭଳି ଏହି ଯୋଜନାକୁ ମଧ୍ୟ ରାଜ୍ୟରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁନାହାନ୍ତି। ରାଜ୍ୟରେ କାଳିଆ ଯୋଜନା ସଂପୂର୍ଣ୍ଣଭାବେ ବିଫଳ ହେବାକୁ ବସିଛି। କାଳିଆ ଯୋଜନାର ଯୋଗ୍ୟ ହିତାଧିକାରୀ ରାଜ୍ୟସରକାର ନିଜ ଯୋଜନା ପାଇଁ ମଧ୍ୟ ଠିକ୍ ଭାବେ ଚୟନ କରିନାହାନ୍ତି। ଭୂମିହୀନ ଲୋକଙ୍କୁ ଚିହ୍ନଟ ନକରି ସେମାନଙ୍କୁ ଯୋଜନାରେ ସାମିଲ କରାଯାଇ ଥିବା ଦାବି କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା।

ତେବେ  ନବୀନ ବାବୁଙ୍କୁ ରାଜ୍ୟର କୃଷକ ସମାଜ ସାଙ୍ଗେ ପ୍ରତାରଣା କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଭୂମିହୀନ ଲୋକଙ୍କ ତାଲିକା ରାଜ୍ୟସରକାରଙ୍କ ପାଖରେ ନାହିଁ। ଭୂମିହୀନ ଲୋକଙ୍କ ନାଁରେ ଦଳୀୟ ଭିତ୍ତିରେ ଟଙ୍କା ବାଣ୍ଟି ଭୋଟ୍ ହାତେଇବାକୁ ଶାସକ ବିଜେଡି ଚାହିଁବସିଛି। କାଳିଆ ଯୋଜନା ମାଧ୍ୟମରେ ୧୨ଲକ୍ଷ ଚାଷୀଙ୍କୁ ସହାୟତା ଦେବା ସଂପୂର୍ଣ୍ଣ ମିଥ୍ୟା। ବାସ୍ତବରେ ୩ ଲକ୍ଷ ୭୫ ହଜାର ଚାଷୀଙ୍କୁ ଅର୍ଥ ମିଳିଛି। ଯଦି ସତସାହସ ଅଛି ତେବେ ରାଜ୍ୟସରକାର ସାଢେ ୧୨ଲକ୍ଷ ଚାଷୀଙ୍କ ନାଁ ୱେବସାଇଟରେ ପ୍ରକାଶ କରିବାକୁ ସେ ଆହ୍ୱାନ କରିଛନ୍ତି। ଏତେବର୍ଷ ଧରି ଭୂମିହୀନମାନଙ୍କୁ ରାଜ୍ୟ ସରକାର କାହିଁକି ଜମି ପଟ୍ଟା ଦେଇପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଦୀର୍ଘ ୧୯ ବର୍ଷ ଧରି ଶାସନ କରୁଥିବା ଏକ ଭଷ୍ଟ୍ରାଚାରୀ ଶାସନ ରାଜ୍ୟରୁ ହଟିବା ଦରକାର। ବିକାଶଠୁ ଦୂରରେ ଥିବା ବିଜେଡି ସରକାର ହଟିବା ପାଇଁ ରାଜ୍ୟବାସୀ ଚାହୁଁଛନ୍ତି  ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

‘ରାଜ୍ୟରେ ବିଜେପିର ୪୦ଲକ୍ଷ ସଭ୍ୟ’

ରାଜ୍ୟରେ ୧୯ବର୍ଷ ଧରି କ୍ଷମତାରେ ଥିବା ବିଜେଡି ନିଜର ସଭ୍ୟ ସଂଖ୍ୟାକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରିନଥିବାବେଳେ ନିର୍ବାଚନ ପୂର୍ବରୁ ବିଜେପି ନିଜର ସଭ୍ୟ ସଂଖ୍ୟା ଉଜାଗର କରିଛି।

ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟରେ ବିଜେପିର ସଭ୍ୟ ସଂଖ୍ୟା ୪୦ଲକ୍ଷରେ ପହଞ୍ଚିଛି ଓ ସେମାନେ ସାଂଗଠନିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୩୬ ହଜାର ବୁଥରେ ବିଜେପି ତା’ର ସାଙ୍ଗଠନିକ ସ୍ଥିତି ସୁଦୃଢ଼ କରିଛି। ଓଡ଼ିଶାରେ ବିଜେପି ବିଶାଳ ଶକ୍ତି ନେଇ ନିର୍ବାଚନ ଲଢ଼ିବାକୁ ଯାଉଛି ଓ ଆଗାମୀ ଦିନରେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି ସେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଗତ ୫ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିିଶାକୁ ଫୋକସ କରି ଆସୁଛନ୍ତିା ରାଜ୍ୟର ୩୦ଲକ୍ଷ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭାନ୍ୱିତ ହୋଇଛନ୍ତି। ତେଣୁ ରାଜ୍ୟ ଏବଂ କେନ୍ଦ୍ରରେ ବିଜେପିର ସରକାର ହେବା ନେଇ ସେ ଦୃଢ଼ ଆଶାବାଦୀ ଥିବା କହିଛନ୍ତି।



from Odisha Reporter http://bit.ly/2GKRJgn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages