୪୦ ଯବାନଙ୍କ ଜୀବନ ନେଇଥିବା ଆତଙ୍କୀ ଜାରି କରିଥିଲା ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

୪୦ ଯବାନଙ୍କ ଜୀବନ ନେଇଥିବା ଆତଙ୍କୀ ଜାରି କରିଥିଲା ଭିଡିଓ

ଶ୍ରୀନଗର: ଜୈଶ ଆତଙ୍କବାଦୀ ଆଦିଲ ଅହମ୍ମଦ ଦର ଏକାକୀ ୪୦ ଜଣ ସିରିଆପିଏଫ୍‌ ଯବାନଙ୍କ ଜୀବନ ନେଇଛି। ସେ ଏକ ବିସ୍ଫୋରକ ଭରା ଗାଡ଼ିକୁ ସିଆରପିଏଫ୍‌ ଯବାନମାନେ ଯାଉଥିବା ବସ୍‌ରେ ଧକ୍କା କରିଦେବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।

ଯେଉଁଥିରେ ଆଦିଲର ବି ମୃତ୍ୟୁ ଘଟିଛି। ଏହା ଏକ ଆତ୍ମଘାତୀ ଆକ୍ରମଣ। ଆଦିଲ ଏଭଳି ଆକ୍ରମଣ କରିବା ପୂର୍ବରୁ ଏକ ଭିଡିଓ ଜାରି କରିଥିଲା। ଯେଉଁଥିରେ ତାକୁ କେମିତି ଆକ୍ରମଣ ପାଇଁ କୁହାଯାଇଥିଲା ସେକଥା ମଧ୍ୟ କହିଛି।

ପୁଲୱାମାର କାକପୁରାରେ ରହୁଥିବା ଆଦିଲ ଗତବର୍ଷ ଜୈଶ ସଂଠନରେ ଯୋଗଦେଇଥିଲା। ସେ ‘ଆଦିଲ ଅହମ୍ମଦ ଗାଡ଼ି ଟକରାନାୱାଲା’ ଭାବେ ସଂଗଠନରେ ପରିଚିତ ଥିଲା। ଏଥିସହ ତାକୁ ୱାକ୍ସ କମାଣ୍ଡୋ ଅଫ ଗୁଣ୍ଡିବାଗ ନାଁରେ ମଧ୍ୟ ଅନେକ ଡାକୁଥିଲେ। ସେ ଏକ ମହିନ୍ଦ୍ରା ସ୍କର୍ପିଓରେ ୩୫୦ କେଜି ଓଜନରୁ ଅଧିକ ପରିମାଣର ବିସ୍ଫୋରକ ଲଦି ଏହି ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଜୈଶ ପକ୍ଷରୁ ଉକ୍ତ ଭିଡିଓ ସହ ତା’ର ଫଟୋ ସାର୍ବଜନୀନ କରାଯାଇଛି।

ଜାରି ଭିଡିଓରେ ଆଦିଲ କହୁଛି ଯେ “ ମୋ ନାଁ ଆଦିଲ। ମୁଁ ଗତବର୍ଷ ଜୈଶ ସଂଗଠନରେ ଯୋଗଦେଇଥିଲି। ମୁଁ ଯେଉଁ ଲକ୍ଷ୍ୟ ରଖି ଜୈଶରେ ଯୋଗ ଦେଇଥିଲି, ଆଜି ସେଭଳି କାମ କରିବାକୁ ସୁଯୋଗ ପାଇଛି। ତେବେ ଏହି ଭିଡିଓ ଆପଣମାନଙ୍କ ପାଖରେ ପହଞ୍ଚିଲା ବେଳକୁ ମୁଁ ସ୍ୱର୍ଗରେ ପହଞ୍ଚି ସାରିଥିବି। ଏହା କଶ୍ମୀରବାସୀଙ୍କ ପାଇଁ ମୋର ଶେଷ ବାର୍ତ୍ତା।”

ଏହି ଭିଡିଓ ରେକର୍ଡ ହେବା ବେଳେ ଆଦିଲ ହାତରେ ବନ୍ଧୁକ ଧରିଛି ଓ ତା’ ପଛରେ ଜୈଶର ପତାକା ରହିଛି।



from Odisha Reporter http://bit.ly/2N6XjLp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages