
ମୁମ୍ୱାଇ: ବଲିଉଡ୍ର ଦବଙ୍ଗ ଷ୍ଟାର୍ ସଲ୍ମାନ୍ ଖାନ୍ଙ୍କ ବିବାହକୁ ନେଇ ସର୍ବଦା ଫ୍ୟାନ୍ଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଆସିଛି। କେବେ ସଲ୍ଲୁ ବିବାହ କରିବେ? କିନ୍ତୁ ସଲ୍ମାନ୍ ତାଙ୍କ ଫ୍ୟାନ୍ଙ୍କୁ ଖୁସି ଖବର ଦେଇଛନ୍ତି। ସେ କ୍ୟାଟ୍ରିନା କୈଫ୍କୁ ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ଏହି କାହାଣୀରେ ଏକ ଟ୍ୱିଷ୍ଟ୍ ରହିଛି। ସଲମାନ୍ ତାଙ୍କର ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି ଏବଂ ଇଦ୍ରେ ଏକ ଗ୍ରାଣ୍ଡ୍ ୱେଡିଙ୍ଗ୍ ସେରିମନିର ଆୟୋଜନ କରିଛନ୍ତି।
କିନ୍ତୁ ଆପଣ କୌଣସି ଦ୍ୱନ୍ଦ୍ୱରେ ପଡ଼ିବା ଆଗରୁ ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ ଯେ, ଏହି ବିବାହ ରିୟଲ୍ ନୁହେଁ, ରିଲ୍ରେ ହେବାକୁ ଯାଉଛି। ପ୍ରକୃତ କଥା ହେଉଛି ସଲମାନ୍ ‘ଭାରତ’ ଫିଲ୍ମର ସୁଟିଂରେ ଏହି ବିବାହ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁସାରେ, ସଲମାନ୍ ଭାରତ ଫିଲ୍ମ ପାଇଁ ଏକ ୱେଡିଙ୍ଗ୍ ସିନ୍ ସୁଟ୍ କରିବେ। ଏଥିପାଇଁ ସେଟ୍ରେ ସମସ୍ତ ଆୟୋଜନ ହୋଇସାରିଛି। ସେଟ୍କୁ ଫୁଲରେ ସଜାଯାଉଛି ଏବଂ ବାହାଘରର ଗୀତକୁ ବୈଭବୀ ମର୍ଚାଣ୍ଟ୍ କୋରିଓଗ୍ରାଫ୍ କରୁଛନ୍ତି।
ସୂଚନା ଅନୁସାରେ, ଫିଲ୍ମରେ ଅନେକ ଅଲଗା ଅଲଗା ଟ୍ରାକ୍ ରହିଛି। କିନ୍ତୁ ଏବେଠାରୁ ସଲମାନ୍-କ୍ୟାଟ୍ରିନାଙ୍କ ବିବାହର ସୁଟ୍ କରାଯିବ। ଏହି ଫିଲ୍ମରେ ସଲମାନ୍ ଖାନ୍ଙ୍କୁ ଅନେକ ରୂପରେ ଦେଖିବାକୁ ମିଳିବେ। ଫିଲ୍ମରେ ସିକୁଏନ୍ସ ବି ଏମିତି। ଲାଇଫ୍ ଲଙ୍ଗ୍ ବ୍ୟାଚଲର ପରେ ସଲମାନ୍ କ୍ୟାଟ୍ରିନାଙ୍କୁ ୭୨ ବର୍ଷରେ ବିବାହ କରୁଛନ୍ତି। ଏହି କଥାର ଖୁଲାସା ସଲମାନ୍ କପିଲ ଶର୍ମାଙ୍କ ଶୋରେ କରିଥିଲେ।
ସଲମାନ୍ କହିଥିଲେ, “ଭାରତ ଫିଲ୍ମରେ ମୋର ଯେଉଁ ଚରିତ୍ର ରହିଛି, ତାର ବିବାହ ୭୨ ବର୍ଷ ପର୍ଯ୍ୟନ୍ତ ହୋଇପାରିନାହିଁ। ମୁଁ ମଧ୍ୟ ପ୍ରକୃତ ଜୀବନରେ ତାହାକୁ ଅନୁସରଣ କରୁଛି।”
ଫିଲ୍ମ ‘ଭାରତ’ର କ୍ୟାଟ୍ରିନାଙ୍କର ଏକ ଫଟୋ ଭାଇରାଲ୍ ହୋଇଛି, ଯେଉଁଥିରେ କ୍ୟାଟ୍ରିନା କନ୍ୟା ବେଶରେ ସଜେଇ ହୋଇଛନ୍ତି। ଏହା ପୂର୍ବରୁ ସଲମାନ୍-କ୍ୟାଟ୍ରିନାଙ୍କର ମାଲ୍ଟାରେ ଗୋଟିଏ ଗୀତର ସୁଟିଂ କରାଯାଇଥିଲା। ଏହି ଫଟୋଟିକୁ ସଲମାନ୍-କ୍ୟାଟ୍ରିନା ଶେଆର୍ କରିଥିଲେ।
from Odisha Reporter http://bit.ly/2t5hgJ7
No comments:
Post a Comment