
ପୁରୀ(ଓଡ଼ିଶା ରିପୋର୍ଟର): ଫେବୃଆରୀ ୨୭ ତାରିଖରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ହେବ। କିନ୍ତୁ ତା’ ପୂର୍ବରୁ ଆମିକସ କ୍ୟୁରି ରଞ୍ଜିତ କୁମାର ପୁରୀ ଆସି ସମସ୍ତ ପକ୍ଷମାନଙ୍କ ସହ ଆଲୋଚନା କରିବେ।
ଆସନ୍ତା ୨୨ ତାରିଖରେରଞ୍ଜନ କୁମାର ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି। ୨୩ ତାରିଖରେ ସେ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବେ। ଏହାପରେ ସେ ରିପୋର୍ଟ ପ୍ରସ୍ତୁତ କରିବେ। ୨୭ ତାରିଖରେ ଏହି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯିବ।
ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହୋଇଥିଲା। ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ।
from Odisha Reporter http://bit.ly/2I5pw6v
No comments:
Post a Comment