ଇସ୍ତଫା ଦେଲେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଇସ୍ତଫା ଦେଲେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବାକୁ ଗୋଡ଼ ଟେକି ବସିଥିବା ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଆଜି ନିଜର ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନଙ୍କୁ ବିଜେଡି ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ, ପୂର୍ତ୍ତ ସଚିବ ଶ୍ରୀ ପ୍ରଧାନ ନିଜର ଇସ୍ତଫା ପତ୍ର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପ୍ରଦାନ କରିଛନ୍ତି। ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତିି। ଉଲ୍ଲେଖଯୋଗ୍ୟ, ପୂର୍ତ୍ତ ସଚିବ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟକାଳ ୨୦୧୮ ମାର୍ଚ୍ଚ ମାସରେ ଶେଷ ହୋଇଥିଲା। ସେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ସେତେବେଳେ ରାଜ୍ୟ ସରକାର ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ମାତ୍ର ମାସକ ପୂର୍ବରୁ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର କାର୍ଯ୍ୟକାଳ ବୃଦ୍ଧିକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ରାଜ୍ୟ ବିଜେପି ମଧ୍ୟ ତାଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଥିଲା। ବିଜେଡିର ନିର୍ବାଚନୀ ପାଣ୍ଠି ସଂଗ୍ରହ ପାଇଁ ସରକାରୀ ଚାକିରିରୁ ଅବସର ସତ୍ତ୍ୱେ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଥିଲା।

ବିଜେଡି ତାଙ୍କୁ ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଵାକୁ ଥିବାରୁ ସେ ଗତ ଏକବର୍ଷ ଧରି ପୂର୍ତ୍ତ ସଚିବ ଭାବେ ବିଜେଡିକୁ ଫାଇଦା ଦେବାକୁ ପ୍ରୟାସ କରୁଥିଲେ ବୋଲି ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2tFqf4b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages