ବଡ଼ଗଡ଼ରେ ବିଜେପିର ଜନ ପରାମର୍ଶ ପଦଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ବଡ଼ଗଡ଼ରେ ବିଜେପିର ଜନ ପରାମର୍ଶ ପଦଯାତ୍ରା

ଭୁବନେଶ୍ୱର: ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ଗଡ଼ ଗ୍ରାମରେ ଅପରାଜିତା ଷଡ଼ଙ୍ଗୀ ଓ ଅମୀୟ ଦାଶଙ୍କ ଉପସ୍ଥିତିରେ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅମୀୟ ଦାଶଙ୍କ ନେତୃତ୍ୱରେ ଏହି ଅଞ୍ଚଳରେ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ମାଗଣା ଗ୍ୟାସ୍ ବଣ୍ଟନ କରାଯିବା ପରେ ବଡ଼ଗଡ଼ ଗ୍ରାମ ଛକଠାରୁ ପଦଯାତ୍ରା ଆରମ୍ଭ ହୋଇ ବଡଗଡ ବ୍ରିଟ କଲୋନି ଚାରିଛକଠାରେ ଶେଷ ହୋଇଥିଲା।

ଗ୍ରାମରେ ପ୍ରତି ପରିବାରଙ୍କ ସହିତ ପରାମର୍ଶ କରିବା ଅବସରରେ ଗ୍ରାମବାସୀମାନେ ସ୍ୱତଃପ୍ରବୃତ୍ତ ଭାବରେ ପଦଯାତ୍ରାକୁ ସ୍ୱାଗତ କରିବା ସହ ନିଜର ଅଭିଯୋଗମାନ ଶ୍ରୀମତୀ ଷଡ଼ ଙ୍ଗୀଙ୍କ ନିକଟରେ ପ୍ରକାଶ କରିଥିଲେ । ଶ୍ରୀମତି ଷଡଙ୍ଗୀ ଗ୍ରାମବାସୀମାନଙ୍କୁ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ରାଜ୍ୟରେ ସରକାରକୁ ଆସିବା ସହ ଅଞ୍ଚଳରେ ଥିବା ସମସ୍ତ ଅସୁବିଧା ଗୁଡ଼ିକୁ ଗୋଟି ଗୋଟି କରି ସମାଧାନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ।

ଜିଲ୍ଲା ସଂପାଦକ ଶ୍ରୀ ଅଚ୍ୟୁତାନନ୍ଦ ରଣଜିତ୍, ରାଜାରାଣୀ ମଣ୍ଡଳ ପ୍ରଭାରୀ ମଦନ ମୋହନ ପ୍ରଧାନ, ରତିକାନ୍ତ ଦାଶ, ମାନସ ଦାସ, ରାଜାରାଣୀ ମଣ୍ଡଳ ସଭାପତି ରଶ୍ମିରଞ୍ଜନ ଜେନା, ସାଧାରଣ ସଂପାଦକ ସୁଜିତ ଜେନା, ଅଭିଳାଶ ମହାନ୍ତି, କାଳନ୍ଦି ସାମଲ, ଆଲୋକ ସାହୁଙ୍କ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତାଙ୍କ ସହିତ କୈଳାଶ ଜେନା, ଶିବପ୍ରସାଦ ବେହେରା,ଶେଷ ଶେଖର ଗରାବଡୁ, ଅଜୟ ସାହୁ, ସୁରେନ୍ଦ୍ର ପ୍ରଧାନ,ଲିଟୁ ବଡଜେନା, ଶକ୍ତି ପ୍ରସାଦ ସାହୁ ସମେତ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ସାଧାରଣ ଜନତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।



from Odisha Reporter https://ift.tt/2H74LFd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages