ଯବାନଙ୍କ ବୀରତ୍ୱ ଗାଥା ବଖାଣିବ ଜାତୀୟ ଯୁଦ୍ଧ ସ୍ମାରକୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ଯବାନଙ୍କ ବୀରତ୍ୱ ଗାଥା ବଖାଣିବ ଜାତୀୟ ଯୁଦ୍ଧ ସ୍ମାରକୀ

ନୂଆଦିଲ୍ଲୀ: ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ସହିଦ ହୋଇଥିବା ବୀର ଯବାନଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀକୁ ଉଦ୍‌ଘାଟନା କରିଛନ୍ତି। ଏହି ସ୍ମାରକୀଟିକୁ ସେ ସହିଦ ବୀର ଯବାନମାନଙ୍କୁ ଉର୍ତ୍ସଗ କରିଛନ୍ତି। ନୂଆଦିଲ୍ଲୀର ପ୍ରସିଦ୍ଧ ଇଣ୍ଡିଆ ଗେଟ୍ କମ୍ପ୍ଲେକ୍ସ ମଧ୍ୟରେ ସ୍ୱାଧୀନ ଭାରତରେ ସଂଗଠିତ ଯୁଦ୍ଧରେ ଆମ ବୀର ଯବାନମାନେ କେମିତି ଲଢ଼େଇ କରିଥିଲେ, ତା’ର ଦୃଶ୍ୟ ଏଠାରେ ରହିଛି। ମୋଦି ଏହାକୁ ଉଦ୍‌ଘାଟନ କରି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଗୋଟିଏ ପଟେ ଦେଶ ୪୦ ବୀର ଯବାନଙ୍କୁ ପୁଲୱାମା ଆକ୍ରମଣରେ ହରାଇ ସେମାନଙ୍କ ସ୍ମୃତି ଚାରଣ କରୁଥିବା ବେଳେ ଆଜି ଇଣ୍ଡିଆ ଗେଟ୍‌ କମ୍ପ୍ଲେକ୍ସ ମଧ୍ୟରେ ଥିବା ୪୦ ଏକର ସ୍ଥାନରେ ଜାତୀୟ ଯୁଦ୍ଧ ସ୍ମାରକୀ ଲୋକାର୍ପିତ ହୋଇଛି।

ଏହି ଜାତୀୟ ଯୁଦ୍ଧ ସ୍ମାରକୀ ପାଇଁ ୧୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅମର ଯବାନ ଜ୍ୟୋତି ଭଳି ଏହି ଯୁଦ୍ଧ ସ୍ମାରକୀ ବୀର ଯବାନଙ୍କ ବୀରତ୍ୱର ଗାଥା ବଖାଣିବ। ଜାତୀୟ ଯୁଦ୍ଧ ସ୍ମାରକୀ ମଧ୍ୟରେ ୨୫,୯୪୨ ଜଣ ସହିଦଙ୍କ ନାଁ, ରାଙ୍କ ଓ ରେଜିମେଣ୍ଟ ଉଲ୍ଲେଖ ରହିଛି। ସ୍ମାରକୀ କମ୍ପ୍ଲେକ୍ସର ୧୬ଟି କାନ୍ଥରେ ସହିଦ ଯବାନଙ୍କ ସମ୍ପର୍କରେ ଲେଖାଯାଇଛି।

୧୯୬୨ ଭାରତ-ଚୀନ, ୧୯୭୪,୧୯୬୫ ଓ ୧୯୭୧ ମସିହା ଭାରତ-ପାକ ଯୁଦ୍ଧରେ ବଳିଦାନ ଦେଇଥିବା ଯବାନଙ୍କ ସ୍ମୃତି ଏଠାରେ ବର୍ଣ୍ଣିତ ହୋଇଛି। ଏହାବାଦ୍‌ ଶ୍ରୀଲଙ୍କାରେ ଶାନ୍ତି ସ୍ଥାପନ ପାଇଁ ଭାରତୀୟ ଯବାନଙ୍କ ଭୂମିକା ଓ ୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀର ଗାଥା ମଧ୍ୟ ଏଠାରେ ସ୍ଥାନ ପାଇଛି। ଏହି ଜାତୀୟ ଯୁଦ୍ଧ ସ୍ମାରକୀ ମଧ୍ୟରେ ଅମର ଚକ୍ର, ବୀରତା ଚକ୍ର, ତ୍ୟାଗ ଚକ୍ର ଓ ରକ୍ଷା ଚକ୍ର ନାଁରେ ୪ଟି ସ୍ଥାନ ରହିଛି। ଛଅ କୋଣିଆ ସ୍ମାରକୀର କେନ୍ଦ୍ର ସ୍ଥଳରେ ୧୫ ମିଟର ଉଚ୍ଚର ସ୍ମାରକ ସ୍ତମ୍ଭ ରହିଛି। ପରମବୀର ଚକ୍ର ପାଇଥିବା ୨୧ ଜଣ ସହିଦଙ୍କ ପ୍ରତିମୂର୍ତ୍ତିକୁ ସ୍ୱତନ୍ତ୍ର ଭାବେ ଏଠାରେ ସ୍ଥାନିତ କରାଯାଇଛି।

ଉଦ୍‌ଘାଟନ୍‌ ଉତ୍ସବରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, “ସ୍ୱାଧୀନତା ପରଠାରୁ ଦୀର୍ଘ ୭୦ ବର୍ଷ ମଧ୍ୟରେ ଦେଶ ଆଜି ଯାଏ ବୀର ଯବାନଙ୍କ ସ୍ମୃତି ପାଇଁ କିଛି କରି ନଥିଲା। ଗତ ଦଶନ୍ଧି ମଧ୍ୟରେ ଏଥିପାଇଁ ଗୋଟିଏ କିମ୍ବା ଦୁଇ ଥର ପ୍ରୟାସ ହୋଇଥିଲା। କିନ୍ତୁ ସୁଫଳ ମିଳି ନଥିଲା। ଆପଣମାନଙ୍କ ଆଶୀର୍ବାଦ ପାଇବା ପରେ ଆମେ ୨୦୧୪ରୁ ଏଥିପାଇଁ ପ୍ରୟାସ ଆରମ୍ଭ କରିଥିଲୁ।”

ଏହାବାଦ୍‌ ମୋଦି ରାଫେଲ ଓ ବୋଫର୍ସ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। କଂଗ୍ରେସ କେବେ ହେଲେ ଦେଶର ସୁରକ୍ଷାକର୍ମୀଙ୍କ ପାଇଁ କିଛି କରିନାହିଁ ବୋଲି ମଧ୍ୟ ମୋଦି କହିଛନ୍ତି।

ନ୍ୟାଶନାଲ ଷ୍ଟାଡିୟମରେ ଉଦ୍‌ଘାଟଦନୀ ଭାଷଣ ପରେ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଇଣ୍ଡିଆ ଗେଟ୍‌ କମ୍ପ୍ଲେକ୍ସ ମଧ୍ୟରେ ଥିବା ଜାତୀୟ ଯୁଦ୍ଧ ସ୍ମାରକୀ ନିକଟୁ ଯିବା ସହ ଏହାକୁ ଲୋକାର୍ପଣ କରିଥିଲେ।



from Odisha Reporter https://ift.tt/2U5VpNv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages