
ନୂଆଦିଲ୍ଲୀ: ୯୧ତମ ଏକାଡମୀ ଆୱାର୍ଡ୍ସ ତଥା ଓସ୍କାର ଆୱାର୍ଡ ଉତ୍ସବ ରବିବାର ଲସ୍ଏଞ୍ଜ୍ଲେସ୍ରେ ଅନୁଷ୍ଠିତ ହୋଇସାରିଛି। ଏହା ଏକ ପ୍ରତିଷ୍ଠିତ ସମ୍ମାନ ଯାହା କି ଫିଲ୍ମ ବ୍ୟବସାୟ ସହ ଜଡ଼ିତ ସର୍ବ ଶ୍ରେଷ୍ଠ ନିର୍ଦ୍ଦେଶକ, କଳାକାର, ଲେଖକ, ଫିଲ୍ମର ଟେକ୍ନିସିଆନ୍ଙ୍କୁ ଦିଆଯାଇଥାଏ। ଆଉ ଏଥରର ବିଜେତାଙ୍କ ନାଁ ମଧ୍ୟ ଘୋଷଣା ସରିଛି।
ଚଳିତ ବର୍ଷ ଭାରତର ଏକ ସର୍ଟ୍ ଫିଲ୍ମ ଓସ୍କାର ଆୱାର୍ଡ୍ ଜିତି ପାରିଛି। ଏହି ଫିଲ୍ମ ଟି ହେଉଛି ‘ପିରିଅଡ୍: ଦ ଏଣ୍ଡ୍ ଅଫ୍ ସେଣ୍ଟେନ୍ସ’। ଫିଲ୍ମ ଜଗତର ଜବରଦସ୍ତ ପ୍ରଦର୍ଶନ ପାଇଁ ଭିନ୍ନ ଭିନ୍ନ କାଟାଗୋରୀରେ ଏହି ସମ୍ମାନ ଦିଆଯାଇଛ। ତେବେ ଚାଲନ୍ତୁ ଜାଣିବା କାହାକୁ ମିଳିଛି ଏହି ସମ୍ମାନ।
ଶ୍ରେଷ୍ଠ ଚଳଚ୍ଚିତ୍ର: ଗ୍ରୀନ୍ ବୁକ୍
ଶ୍ରେଷ୍ଠ ଲିଡ୍ ଅଭିନେତା: ରମି ମାଲେକ,ବୋହେମିଆନ ରାପସୋଡି
ଶ୍ରେଷ୍ଠ ଲିଡ୍ ଅଭିନେତ୍ରୀ: ଓଲିଭିଆ କଲ୍ମାନ୍, ଦ ଫେଭରାଇଟ୍
ଶ୍ରେଷ୍ଠ ସହ ଅଭିନେତା: ମହେରସାଲା ଅଲ୍ଲୀ, ଗ୍ରୀନ୍ ବୁକ୍
ଶ୍ରେଷ୍ଠ ସହ ଅଭିନେତ୍ରୀ: ରେଗିନା କିଙ୍ଗ୍ (If Beale Street Could Talk)
ଶ୍ରେଷ୍ଠ ନିର୍ଦ୍ଦେଶକ: ଅଲ୍ଫାଂସୋ କ୍ୱାରୋନ୍, ରୋମା
ଶ୍ରେଷ୍ଠ କଷ୍ଟ୍ୟମ୍ ଡିଜାଇନର: ବ୍ଲାକ୍ ପାନ୍ଥର
ସର୍ବ ଶ୍ରେଷ୍ଠ ବିଦେଶୀ ଫିଲ୍ମ: ରୋମା ମେକ୍ସିକୋ
ଶ୍ରେଷ୍ଠ ଡକ୍ୟୁ ମେଣ୍ଟାରି ଫିଚର: ଫ୍ରି ସୋଲୋ
ଶ୍ରେଷ୍ଠ ଏଡିଟିଂ: ବୋହେମିଆନ ରାପସୋଡି
from Odisha Reporter https://ift.tt/2BM3yjd
No comments:
Post a Comment