ସ୍ପେନ୍‌ ପରେ ଆୟର୍ଲ୍ୟାଣ୍ଡ ସହ ମ୍ୟାଚ୍‌ ଡ୍ର ରଖିଲା ମହିଳା ହକି ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

ସ୍ପେନ୍‌ ପରେ ଆୟର୍ଲ୍ୟାଣ୍ଡ ସହ ମ୍ୟାଚ୍‌ ଡ୍ର ରଖିଲା ମହିଳା ହକି ଦଳ

ମୁରସିଆ: ଆୟୋଜକ ସ୍ପେନ୍‌ ସହ ୪ଟିକିଆ ସିରିଜ୍‌କୁ ୧-୧ରେ ଡ୍ର ରଖିଥିବା ଭାରତୀୟ ମହିଳା ହକି ଦଳ ଏବେ ବିଶ୍ୱକପ୍‌ ରୌପ୍ୟ ପଦକ ବିଜେତା ଆୟର୍ଲ୍ୟାଣ୍ଡ ସହ ପ୍ରଥମ ମ୍ୟାଚ୍‌କୁ ୧-୧ରେ ଡ୍ର ରଖିଛି। ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ପ୍ରଥମାର୍ଦ୍ଧରେ ୧-୦ରେ ଆଗୁଆ ରହିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ଗୋଲ ବରଣ କରିଥିଲା।

ଆଜିର ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ମହିଳା ଦଳ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଆୟର୍ଲ୍ୟାଣ୍ଡ ବିଶ୍ୱକପ୍‌ରେ ରୌପ୍ୟ ପଦକ ଜିତିଥିଲେ ସୁଦ୍ଧା ରାଣୀ ରାମପାଲଙ୍କ ଭାରତୀୟ ଟିମ୍‌ କଡ଼ା ଟକ୍କର ଦେଇଥିଲା। ମ୍ୟାଚ୍‌ର ୪ର୍ଥ ମିନିଟ୍‌ରେ ଭାରତୀୟ ମହିଳା ଦଳକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା।

ତେବେ ଏହାକୁ ଦଳ ଗୋଲରେ ପରିଣତ କରିପାରି ନଥିଲା। ଦ୍ଵିତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଟିମ୍‌କୁ ଏକାଧିକ ସୁଯୋଗ ମିଳିଥିଲା। ହେଲେ ଆୟର୍ଲ୍ୟାଣ୍ଡ ଡିଫେଣ୍ଡର ସବୁ ଉଦ୍ୟମକୁ ଅଟକାଇବାରେ ସକ୍ଷମ ହୋଇଥିଲେ।

ତେବେ ୧୮ତମ ମିନିଟ୍‌ରେ ଡ୍ରାଗଫ୍ଲିକର ଗୁରଜିତ୍‌ କୌର ଏକ ଚମତ୍କାର ଗୋଲ କରି ଭ୍ରମଣକାରୀ ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। ପ୍ରଥମ ହାଫ୍ ସୁଦ୍ଧା ଭାରତୀୟ ଦଳ ୧-୦ରେ ଆଗୁଆ ରହିଥିଲା।

କିନ୍ତୁ ତୃତୀୟ କ୍ୱାର୍ଟରର ଶେଷ ମିନିଟ୍‌ରେ ଆୟର୍ଲ୍ୟାଣ୍ଡ ଏକ ଗୋଲ କରି ସ୍ଥିତି ବରାବର କରିଦେଇଥିଲା। ଶେଷ କ୍ୱାର୍ଟରରେ ଉଭୟ ଦଳ ଗୋଲ କରିବାକୁ ଚେଷ୍ଟା କରିଥିଲେ ହେଁ କେହି ଏଥିରେ ସଫଳ ହୋଇ ନଥିଲେ। ଶେଷରେ ମ୍ୟାଚ୍‌ଟି ୧-୧ରେ ଡ୍ର ରହିଥିଲା।



from Odisha Reporter http://bit.ly/2DQWbIF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages