ନବୀନ ମିଛ କହିବାରେ ସିଦ୍ଧହସ୍ତ, କାଳିଆ ପାଞ୍ଚ କିସ୍ତିର ଏକ ସୀମିତ ଯୋଜନା : ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

ନବୀନ ମିଛ କହିବାରେ ସିଦ୍ଧହସ୍ତ, କାଳିଆ ପାଞ୍ଚ କିସ୍ତିର ଏକ ସୀମିତ ଯୋଜନା : ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଛ କହିବାରେ ସିଦ୍ଧହସ୍ତ। ଅସାଧୁ, ଅଯୋଗ୍ୟ ଅଫିସର ଓ କଳାପାହାଡ଼ମାନେ ମୁଖ୍ୟମନ୍ତ୍ରୀଙ୍କୁ ଆୟୁଧ କରି ତାଙ୍କ ଦ୍ୱାରା ମିଛ କୁହାଉଛନ୍ତି। ମୁଖ୍ୟମନ୍ତ୍ରୀ ତାଲିକା ଧରି ୬୦୦୦ କୋଟି ଟଙ୍କା ବାକି ପଇସା ନେବା ପାଇଁ ଦିଲ୍ଲୀ ଯାଇଥିଲେ। ତାଲିକା ମଗାଯାଇଥିଲେ ମଧ୍ୟ ଏଯାଏ ତାଲିକା କଣ ପାଇଁ ମିଳିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର କହିଛନ୍ତି-“ କାଳିଆ ଯୋଜନାରେ ବଜେଟ୍ ବ୍ୟବସ୍ଥା ହୋଇନାହିଁ। ରାଜ୍ୟ ସରକାର ‘କାଳିଆ’କୁ ପାଞ୍ଚ କିସ୍ତିର ଏକ ସୀମିତ ଯୋଜନା କରିଛନ୍ତି। ଘୋଷଣା କରାଯିବାର ପୂର୍ବ ସପ୍ତାହରେ ବିଧାନସଭା ଚାଲୁଥିଲା। ସରକାର ସୁଚିନ୍ତିତ ଯୋଜନା କରିଥିଲେ। କାଳିଆ ଯୋଜନାକୁ ସୀମିତ ଯୋଜନା ନକରି ରିଭାଇଜ୍ ଏଷ୍ଟିମେଟ୍ କରି ବଜେଟରେ ବ୍ୟୟବରାଦ ବ୍ୟବସ୍ଥା କରିଥାନ୍ତେ। ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି। ହିତାଧିକାରୀଙ୍କ ତାଲିକାରେ ମନ୍ତ୍ରିମଣ୍ଡଳରେ ଥିବା ନେତାଙ୍କ ନାଁ ଆସୁଛି। ଏହା ଯୋଜନା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା, ସରକାରୀ କଳର ସ୍ୱଚ୍ଛତା କ’ଣ ତାହା ପ୍ରମାଣିତ କରୁଛି।”

ସେ କହିଛନ୍ତି-“ଗତକାଲି ବର୍ତ୍ତମାନର ଅର୍ଥମନ୍ତ୍ରୀ ପିୟୂଷ ଗୋୟଲ ସଂସଦରେ ଦେଶର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପିତ କରିଛନ୍ତି। ବଜେଟରେ ଓଡ଼ିଶାର ବିକାଶକୁ ଧ୍ୟାନ ଦିଆଯାଇଛି। ବିଶେଷ କରି ରେଳ ବିଭାଗରେ ରାଜ୍ୟର ବିକାଶ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। କଂଗ୍ରେସ ଶାସନ ବେଳେ ରେଳ ବିଭାଗ ପାଇଁ ୧୦୦୦ କୋଟି ଟଙ୍କାର ସହଯୋଗ ମଧ୍ୟ ମିଳୁନଥିଲା। ସେହି ସମୟରେ ୫ ବର୍ଷରେ ମଧ୍ୟ ଓଡ଼ିଶାକୁ ମୋଟ ୫୦୦୦ ହଜାର କୋଟି ଟଙ୍କା ମଧ୍ୟ ମିଳିନଥିଲା। ମାତ୍ର ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଏ ବର୍ଷ ପୂର୍ବତଟ ରେଳ ବିଭାଗକୁ ୭ ହଜାର କୋଟିରୁ ଅଧିକ ଟଙ୍କା ଦିଆଯାଇଛି। ଏଥିପାଇଁ ମୁଁ ଓଡ଼ିଶା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ କୃତଜ୍ଞତା ଜଣାଉଛି।”

ଶ୍ରୀ ପ୍ରଧାନ କହିଛନ୍ତି-“ଓଡ଼ିଶା ଭଳି ରାଜ୍ୟରେ ପଶୁପାଳନ ଓ ମତ୍ସ୍ୟଚାଷୀ ଗରିବ ଲୋକମାନଙ୍କର ବଡ଼ ଜୀବିକା ହୋଇଛି। ସେମାନଙ୍କୁ କୃଷିର ମାନ୍ୟତା ଦେଇ ୨ ପ୍ରତିଶତ ସୁଧରେ ବ୍ୟବସାୟ କରିବାର ବ୍ୟବସ୍ଥା ଏହି ବଜେଟରେ କରାଯାଇଛି। ସମୁଦ୍ର ଉପକୂଳରେ ରହୁଥିବା ଧୀବରମାନେ କିମ୍ବା ନଦୀ ବନ୍ଧ, ଗାଡ଼ିଆରେ ମାଛ ଚାଷ କରୁଥିବା ବା ନୂଆ ଯୁବ ଉଦ୍ୟେଗୀମାନେ ଏହାର ଲାଭ ପାଇପାରିବେ।”

ସେ କହିଛନ୍ତି-“ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ୧ ଡିସେମ୍ବର ୨୦୧୮ରୁ ଲାଗୁ କରାଯିବ। ଏଥିପାଇଁ ଆର୍ଥିକ ସହାୟତାର ପ୍ରଥମ କିସ୍ତି ମାର୍ଚ୍ଚ ୩୧ ଭିତରେ ମିଳିବ। ସେଥିପାଇଁ ସରକାର ବଜେଟରେ ରିଭାଇଜ୍ ଏଷ୍ଟିମେଟ୍ କରି ୨୦ ହଜାର କୋଟି ଟଙ୍କାର ବ୍ୟୟବାରଦ କରି ବ୍ୟବସ୍ଥା କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ୭୫ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏହା ଭାରତ ସରକାରଙ୍କ ଏକ ନିରନ୍ତର ଯୋଜନା। ପ୍ରତିବର୍ଷ ଏଥିପାଇଁ ୭୫ କୋଟି ଟଙ୍କାର ବ୍ୟୟବରାଦ ବ୍ୟବସ୍ଥା କରାଯିବ।”



from Odisha Reporter http://bit.ly/2ML0oAy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages