‘ମୋଦି ଓ ନବୀନ ଯୁଆଡ଼େ ଯାଆନ୍ତି ମିଛ ପ୍ରତିଶ୍ରୁତି ଦିଅନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

‘ମୋଦି ଓ ନବୀନ ଯୁଆଡ଼େ ଯାଆନ୍ତି ମିଛ ପ୍ରତିଶ୍ରୁତି ଦିଅନ୍ତି’

ରାଉରକେଲା (ଓଡ଼ିଶା ରିପୋର୍ଟର): ଗତ ୧୨ ଦିନ ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦ୍ୱିତୀୟଥର ପାଇଁ ଓଡ଼ିଶା ଗସ୍ତରେ ଆସି ପଶ୍ଚିମ ଓଡ଼ିଶାରେ ନିଜର ଦମ୍‌ ଦେଖାଇଛନ୍ତି। ରାଫେଲ୍‌କୁ ନେଇ ନରେନ୍ଦ୍ର ମୋଦି ଓ ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି, ଉଭୟ ଯୁଆଡେ ଯାଆନ୍ତି, କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ କଂଗ୍ରେସ ଯାହା ପ୍ରତିଶ୍ରୁତି ଦିଏ, ତାକୁ ପାଳନ କରେ।

ରାହୁଲ କହିଛନ୍ତି-“ବାୟୁସେନାର ତାକତ ବଢ଼ାଇବା ପାଇଁ ୟୁପିଏ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୧୨୬-ରାଫେଲ୍‌ ଯୁଦ୍ଧ ବିମାନ କିଣିବାକୁ ବାୟୁସେନାକୁ କହିଥିଲେ। ରାଫେଲ୍‌ ଯୁଦ୍ଧ ବିମାନ ଗୋଟା ୫୨୪ କୋଟି ଟଙ୍କାରେ କିଣିବା ପାଇଁ ବାୟୁସେନା ଫ୍ରାନ୍ସର ‘ଡ୍ୟାସଲ୍ଟ୍‌ କମ୍ପାନୀ’ ସହିତ ବୁଝାମଣା କରିଥିଲା। ଓଡ଼ିଶାରେ ଥିବା ‘ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃ’ (ହାଲ୍‌)ରେ ମଧ୍ୟ ଏହି ଯୁଦ୍ଧବିମାନ ନିର୍ମାଣ ହୋଇଥାଆନ୍ତା। ଏହା ସମ୍ଭବ ହୋଇଥିଲେ ଓଡ଼ିଶା ସମେତ ଭାରତର ସପ୍ଟଓୟାର, ଏରୋନଟିକ୍‌ ଓ ସିଷ୍ଟମ୍‌ ଇଞ୍ଜିନିୟରଙ୍କୁ ଚାକିରି ମିଳିଥାଆନ୍ତା। ଆଜି ଓଡ଼ିଶା ଯୁବକ ଓ ଯୁବତୀ ରୋଜଗାର ପାଇଁ ପଡ଼ୋଶୀ ରାଜ୍ୟକୁ ଯାଇନଥାନ୍ତେ। ମାତ୍ର ଏହା ସମ୍ଭବ ହେଲାନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଯାଇ ପୁଣି ଥରେ ରାଫେଲ୍‌ ଚୁକ୍ତି କଲେ। ଏହାର ନିର୍ମାଣ ଦାୟିତ୍ୱ ହାଲ୍‌କୁ ନଦେଇ ୩୦ ହଜାର କୋଟି ଟଙ୍କା ନେଇ ଅନୀଲ ଅମ୍ୱାନୀଙ୍କୁ ଦେଲେ। ଯେଉଁ ଆମ୍ୱାନୀ ଜୀବନରେ କେବେ କାଗଜ ଜାହାଜ ନିର୍ମାଣ କରିନାହାନ୍ତି, ତାଙ୍କୁ ଜାହାଜ ନିର୍ମାଣ କରିବାକୁ ଦିଆଯାଇଛି।”

ରାହୁଲ ଆହୁରି କହିଛନ୍ତି- “ନିର୍ବାଚନ ସମୟରେ ମୋଦି କହୁଥିଲେ ‘ଆଚ୍ଛେଦିନ୍‌’। ଠିକ୍‌ ସେତିକିବେଳେ ଲୋକେ କହୁଥିଲେ ‘ଆୟେଙ୍ଗେ’। ଏବେ ସେହି ନାରା ବଦଳିଯାଇଛି। ‘ଚୌକିଦାର’ କହିଲେ, ଲୋକେ କହୁଛନ୍ତି ‘ଚୋର’। ଆଗାମୀ ଦିନରେ ଏହି ନାରା ଦିଲ୍ଲୀରେ ପହଞ୍ଚିବା ଦରକାର।”

ରାହୁଲ ଆହୁରି କହିଛନ୍ତି- “ଓଡ଼ିଶାରେ ଚିଟ୍‌ଫଣ୍ଡ୍‌ ଦୁର୍ନୀତି ହୋଇଛି। ଏଥିରେ ବିଜେଡିରେ ସବୁ ନେତା ଫସିଛନ୍ତି। ନବୀନ ପଟ୍ଟନାୟକ ମଧ୍ୟ ଏଥିରୁ ବର୍ତ୍ତିପାରି ନାହାନ୍ତି। ସେ ମଧ୍ୟ ଭ୍ରଷ୍ଟାଚାର କରିଛନ୍ତି। ‘ଚୌକିଦାର ଚୋର ହୈ, ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ୍‌ ହୈ’। ମୋଦି ଯାହା କହୁଛନ୍ତି ନବୀନ ପଟ୍ଟନାୟକ ତାହା କରୁଛନ୍ତି। ଓଡ଼ିଶାରେ ସରକାର ଚାଲୁ ନାହିଁ। ନରେନ୍ଦ୍ର ମୋଦି ଦିଲ୍ଲୀରୁ ଓଡ଼ିଶା ସରକାର ଚଳାଉଛନ୍ତି। ‘ଗବ୍ବର ସିଂ ଟ୍ୟାକ୍ସ’ ହେଉ ବା ‘ବିମୁଦ୍ରାକରଣ’ ସବୁଥିରେ ମୋଦି ରିମୋଟ୍‌ କଣ୍ଟ୍ରୋଲର ବଟ୍‌ମ ଦବାଇଲେ ନବୀନ ପଟ୍ଟନାୟକ ବିଲ୍‌ ପାସ୍‌ କରାଇ ଦେଉଛନ୍ତି।”

ରାହୁଲ ଆହୁରି କହିଛନ୍ତି-“ବିମୁଦ୍ରାକରଣ ସମୟରେ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ମୋଦି କହିଥିଲେ। ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ବି ମିଳିନାହିଁ। ଦୁଇକୋଟି ଯୁବକଙ୍କୁ ରୋଜଗାର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ମୋଦି ହେଉ ବା ନବୀନ ପଟ୍ଟନାୟକ, କେହି ନିଯୁକ୍ତି ଦେଇନାହାନ୍ତି। ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସେମାନେ ଋଣରେ ବୁଡ଼ି ରହିଛନ୍ତି। ସେମାନଙ୍କ ଋଣ ଛାଡ଼ କରାଯାଇପାରୁ ନାହିଁ। ମୋଦି ଓ ନବୀନ ଯୁଆଡ଼େ ଯାଆନ୍ତି, କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ କଂଗ୍ରେସ ଯାହା ପ୍ରତିଶ୍ରୁତି ଦିଏ, ତାକୁ ପାଳନ କରେ। ଆମେ କହିଥିଲୁ କୃଷିଋଣ ଛାଡ଼ କରିବୁ। ନିକଟରେ ୩ ରାଜ୍ୟରେ ବିଜୟ ପରେ ୨ ଦିନ ଭିତରେ କୃଷିଋଣ ଛାଡ଼ କରିଛୁ।”

ସେ ଆହୁରି କହିଛନ୍ତି-“ଓଡ଼ିଶା ଗରିବ ରାଜ୍ୟ ନୁହେଁ। ଏଠାରେ ଲୋକ ଗରିବ। କାରଣ ଏଠାକାର ସରକାର ଶାସନରେ ଲୁଟି ଚାଲିଛନ୍ତି। ଓଡ଼ିଶାରେ ଛତିଶଗଡ଼ ଭଳି ଜମି ଅଧିଗ୍ରହଣ ବିଲ୍‌ ଲାଗୁ କରିବୁ। ଲୋକଙ୍କ ସହମତିରେ ଶିଳ୍ପ ପାଇଁ ଜମି ନେବୁ। ବଜାର ମୂଲ୍ୟର ୪ ଗୁଣା ଜମି ପାଇଁ ମୂଲ୍ୟ ଦେବୁ। ୫ ବର୍ଷରେ ଶିଳ୍ପ ପ୍ରତିଷ୍ଠା ନହେଲେ ଜମି ଫେରାଇଦେବୁ। ଜଳ, ଜମି, ଜଙ୍ଗଲ ଫାଇଦା ଆଦିବାସୀଙ୍କୁ ନିଶ୍ଚିତ ଦେବୁ। ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ହେବ ବୋଲି ନରେନ୍ଦ୍ର ମୋଦି କହିଥିଲେ। ମାତ୍ର ଏପର୍ଯ୍ୟନ୍ତ ହେଇପାରିଲାନି। ମୋଦି କହିଥିଲେ ବ୍ରାହ୍ମଣୀ ୨ୟ ସେତୁ ହେବ। ଏ ପର୍ଯ୍ୟନ୍ତ କରାଯାଇନି।”



from Odisha Reporter http://bit.ly/2BmFyD0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages