
ଆଲିଗଡ଼: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକରେ ତାଙ୍କ କୁଶ ପୁତ୍ତଳିକାକୁ ଗୁଳି କରି ଉତ୍ସବ ମନାଇଥିବା ଦକ୍ଷିଣ ପନ୍ଥୀ ନେତ୍ରୀଙ୍କୁ ଆଜି ପୁଲିସ୍ ଗିରଫ କରିଛି। ହିନ୍ଦୁ ମହାସଭାର ସଦସ୍ୟ ପୂଜା ଶହକୁନ ପାଣ୍ଡେଙ୍କୁ ପୁଲିସ୍ ଉତ୍ତର ପ୍ରଦେଶର ଆଲିଗଡ଼କୁ କାବୁ କରିଛି। ଏଥିସହ ତାଙ୍କ ସ୍ୱାମୀ ଅଶୋକ ପାଣ୍ଡେଙ୍କୁ ମଧ୍ୟ ପୁଲିସ୍ ନିଜ ହେଫାଜତକୁ ନେଇଛି।
ଜାନୁଆରୀ ୩୦ରେ ଗାନ୍ଧିଜୀଙ୍କ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ହିନ୍ଦୁ ମହାସଭା ପକ୍ଷରୁ ଆଲିଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସମୟରେ ପୂଜା ଓ ତାଙ୍କ ସହଯୋଗୀମାନେ ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ଶେର ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇଥିବା ବେଳେ ଗାନ୍ଧିଜୀଙ୍କ କୁଶପୁତ୍ତଳିକାକୁ ଗୁଳି କରିଥିଲେ।
ଏହାପରେ ସେମାନେ ମିଠା ମଧ୍ୟ ବାଣ୍ଟିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶେଷରେ ଆଜି ପୁଲିସ୍ ପୂଜାଙ୍କୁ ଗିରଫ କରିଛି। ଏହି ଘଟଣାର ଉତ୍ତର ପ୍ରଦେଶ ପୁଲିସ୍ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଭିଡିଓରେ ଥିବା ଅନ୍ୟମାନଙ୍କୁ ପୁଲିସ୍ ଗତ ସପ୍ତାହରେ ଗିରଫ କରିଥିଲେ ହେଁ ପୂଜା ଫେରାର ରହିଥିଲେ।
from Odisha Reporter http://bit.ly/2UKyN54
No comments:
Post a Comment