ସାବଧାନ, ଷ୍ଟେରଏଡ୍ ଥିବା ମଲମ ବ୍ୟବହାର କ୍ଷତିକାରକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ସାବଧାନ, ଷ୍ଟେରଏଡ୍ ଥିବା ମଲମ ବ୍ୟବହାର କ୍ଷତିକାରକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚର୍ମରୋଗକୁ ନେଇ ସଚେତନତା ସୃଷ୍ଟି ଏବଂ ଷ୍ଟେରଏଡ୍ ଯୁକ୍ତ ଔଷଧ ସେବନ ବିରୋଧରେ ଆରମ୍ଭ ହୋଇଛି ଦେଶବ୍ୟାପୀ ଅଭିଯାନ। ଏହି ଅଭିଯାନରେ ୧୮ଟି ରାଜ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ବୁଲୁଛି ଏକ ସଚେତନତା ଭ୍ୟାନ୍। ଏହି ଭ୍ୟାନ୍ ଆଜି ରାଜଧାନୀରେ ପହଞ୍ଚିଛି।

ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଡର୍ମାଟୋଲୋଜିଷ୍ଟସ୍, ଭେନେରୋଲୋଜିଷ୍ଟସ୍ ଆଣ୍ଡ ଲେପ୍ରୋଲୋଜିଷ୍ଟସ୍ ଆନୁକୂଲ୍ୟରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ “ସ୍କିନ୍ ସଫର୍ ରଥ” ଗତ ଡିସେମ୍ବର ୨୧ ତାରିଖଠାରୁ ଦିଲ୍ଲୀରୁ ବାହାରିଛି। ଚର୍ମରୋଗ ପାଇଁ ଷ୍ଟେରଏଡ୍ ଯୁକ୍ତ ମଲମ ବ୍ୟବହାର କିଭଳି କ୍ଷତିକାରକ, ସେ ନେଇ ବିଭିନ୍ନ ଭିଡିଓ ଫିଲ୍ମ ମାଧ୍ୟମରେ ପ୍ରସାରଣ କରି ଏହି ରଥଟି ଜନସାଧାରଣଙ୍କୁ ସଚେତନ କରୁଛି।

ଲୋକମାନେ ବୁଝିବା ଦରକାର ବିଭିନ୍ନ ମେଡିସିନ୍ ଦୋକାନରେ ମିଳୁଥିବା ଷ୍ଟେରଏଡ୍ ଯୁକ୍ତ କ୍ରିମ୍ କୌଣସି ମାତ୍ରାରେ ମଧ୍ୟ ସାହାଯ୍ୟ କରେ ନାହିଁ। ହୁଏତ ତୁରନ୍ତ ଉପଶମ ମିଳିଥାଏ କିନ୍ତୁ ଭବିଷ୍ୟତ ନିମନ୍ତେ ଏହା କ୍ଷତିକାରକ ହୋଇଥାଏ ବୋଲି କହିଛନ୍ତି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡର୍ମାଟୋଲୋଜି ଏବଂ ଭେନେରାଲ୍ ଡିଜିଜେସ୍ ବିଭାଗର ମୁଖ୍ୟ ତଥା ଆଇଏଡିଭିଏଲ୍ ଓଡ଼ିଶା ଚ୍ୟାପ୍ଟରର ସଭାପତି ପ୍ରଫେସର ବିକାଶ ରଞ୍ଜନ କର।

ଚଳିତବର୍ଷ ଆଇଏଡିଭିଏଲର ଥିମ୍ ରହିଛି “ ଷ୍ଟପିଂ ଟପିକାଲ୍ ଷ୍ଟେରଏଡ୍ ଆବ୍ୟୁଜ୍” । ଏହି ଭ୍ୟାନ୍ ଦିଲ୍ଲୀ ପହଞ୍ଚିବା ପୂର୍ବରୁ ସଚେତନତା ବାର୍ତ୍ତା ନେଇ ୧୧୦୦୦ କିମି ଯାତ୍ରା କରିବ ବୋଲି ସେ କହିଛନ୍ତି। ସାଧାରଣ ଚର୍ମରୋଗ ଏବଂ ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ଷ୍ଟେରଏଡ୍ ଯୁକ୍ତ କ୍ରିମ୍ ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ। ନିଜେ ନିଜର ଚିକିତ୍ସା କରିବା ପୂର୍ବରୁ ଚର୍ମରୋଗ ସମ୍ବନ୍ଧରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ବୋଲି କହିଛନ୍ତି ଡିଭିଡି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ମୈତ୍ରେୟୀ ପଣ୍ଡା।

କାର୍ଯ୍ୟକ୍ରମର ସିଟି କୋଅର୍ଡିନେଟର ଡ. ଭବାନୀ ସିଂହ ମଧ୍ୟ ଷ୍ଟେରଏଡ ବ୍ୟବହାରର ଅପକାରିତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ଡ. ପୁଷ୍ପରାଜ ସାମନ୍ତସିଂହାର, ଆଇଏଡିଭିଏଲ୍ ଓଡ଼ିଶା ଚ୍ୟାପ୍ଟରର ସାଧାରଣ ସମ୍ପାଦକ ଡ. ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଓ ଡ. ଅଜୟ କୁମାର ଜେନା ଭ୍ୟାନ୍ ଫ୍ଲାଗ୍ଅଫ୍ ବେଳେ ଉପସ୍ଥିତ ଥିଲେ। ଝାରଖଣ୍ଡ ଯିବା ପୂର୍ବରୁ ଭ୍ୟାନଟି ହାଇଟେକ୍ ମେଡିକାଲ୍ କଲେଜ, କିମ୍ସ ଏବଂ ଏମ୍ସ ମଧ୍ୟ ଯାଇଥିଲା।



from Odisha Reporter http://bit.ly/2t8rQzj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages