ସଂସଦରେ ‘ଉରୀ’ର ଜୋଶ୍, ସମସ୍ତେ ପଚାରିଲେ #HowIsTheJosh - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ସଂସଦରେ ‘ଉରୀ’ର ଜୋଶ୍, ସମସ୍ତେ ପଚାରିଲେ #HowIsTheJosh

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ନିର୍ମିତ ବ୍ଲକବଷ୍ଟର ଫିଲ୍ମ ‘ଉରୀ’ ଏବଂ ଏହାର ଚର୍ଚ୍ଚିତ ସଂଳାପ ‘ହାଓ ଇଜ୍‌ ଦି ଜୋଶ୍’ ଆଜିର ବଜେଟ୍‌ ଘୋଷଣାର ଏକ ଅଙ୍ଗ ପାଲଟିଥିଲା। ଆଜି ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ବଜେଟ୍‌ ଅଭିଭାଷଣ ରଖିବା ସମୟରେ ବାରମ୍ବାର ଏହି ସଂଳାପ ସାମ୍ନାକୁ ଆସିଥିଲା।

ଆଜି ନିଜେ ଗୋୟଲ କହିଥିଲେ ସେ ଏହି ଫିଲ୍ମ ଦେଖିଛନ୍ତି ଏବଂ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି।

୨୦୧୬ ମସିହାରେ ଭାରତୀୟ ସେନା ପାକିସ୍ତାନର ସୀମା ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିବା ଘଟଣାକୁ ଆଧାର କରି ଏହି ଫିଲ୍ମ ନିର୍ମାଣ କରାଯାଇଛି। ଜମ୍ମୁ କଶ୍ମୀରର ଉରୀ ସ୍ଥିତ ସେନା କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଏଭଳି ଅଭିନବ ଢଙ୍ଗରେ ଆକ୍ରମଣ କରାଯାଇଥିବାରୁ ଫିଲ୍ମର ନାମ ‘ଉରୀ: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ ରଖାଯାଇଛି।

ଆଜି ଭାଷଣରେ ପୀୟୂଷ କହିଛନ୍ତି, ଉରୀ ଫିଲ୍ମ ଦେଖିବା ମଜାଦାର ଅନୁଭୂତି ଦେଇଥିଲା। ଏଥିରେ ଭରପୁର ଜୋଶ୍‌ ଥିଲା।

ଏହାପରେ ତାଙ୍କ ଦଳର ସାଥୀ ସାଂସଦମାନେ ଉରି ଫିଲ୍ମର ଲୋକପ୍ରିୟ ଡାଇଲଗ୍‌ “ହାଓ ଇଜ୍‌ ଦି ଜୋଶ୍‌” ଚିଲ୍ଲାଇବା ଆରମ୍ଭ କରିଥିଲେ। ଆଜିର ବଜେଟ୍‌ରେ ସେ ଦୁଇଥର ‘ଜୋଶ୍‌’ ଶବ୍ଦ ବ୍ୟବହାର କରିଥିଲେ। ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବେଶ୍‌ କିଛି କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତା ଏହି ଫିଲ୍ମକୁ ଦେଖିବା ସହିତ ପ୍ରଶଂସା କରିସାରିଛନ୍ତି।



from Odisha Reporter http://bit.ly/2HLGmH4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages