ଘରେ ପ୍ରସ୍ତୁତ କରନ୍ତୁ ରୁଟି ସିଙ୍ଗଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଘରେ ପ୍ରସ୍ତୁତ କରନ୍ତୁ ରୁଟି ସିଙ୍ଗଡା

singhhda

ଆବଶ୍ୟକ ସାମଗ୍ରୀ: ଅଟାରେ ତିଆରି ରୁଟି, କଟା କ୍ୟାପସିକମ୍, କଟା କୋବି, ଗ୍ରୀନ ମଟର, କଟା ବନ୍ଧାକୋବି, କଟା ବିନ୍, କଟା ଟମାଟୋ, କଟା ଗାଜର, କୋରା ପନିର, ଗୋଲମରିଚ ଗୁଣ୍ଡ, ଗରମ ମସଲା, ସିଝା ଆଳୁ ଚକଟା, ମଇଦା, ରିଫାଇନ୍ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟେ ରୁଟିକୁ ଦୁଇ ଭାଗ କରି ସିଙ୍ଗେଡ଼ା ଆକାରରେ ଗଢି ରଖନ୍ତୁ। ତାପରେ କଡ଼େଇରେ ତେଲ ଗରମ କରି ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ପରେ କଟା କ୍ୟାପସିକମ୍, କଟା କୋବି, ଗ୍ରୀନ ମଟର ପକାଇ ଭାଜନ୍ତୁ। ଏହାପରେ କଟା ବନ୍ଧାକୋବି, କଟା ବିନ୍, କଟା ଟମାଟୋ ଓ ଗାଜର ପକେଇ ଭାଜନ୍ତୁ। ପରିବା ସବୁ ଭାଜି ହୋଇଗଲେ କୋରା ପନିର, ସ୍ୱାଦ ଅନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ଓ ଗରମ ମସଲା ପକାନ୍ତୁ।

ତାପରେ ସିଝା ଆଳୁକୁ ଚକଟି ସେଥିରେ ପକେଇ ଭଲଭାବେ ଗୋଳେଇ ଘୋଡ଼ଣୀ ଘୋଡେ଼ଇ ଦିଅନ୍ତୁ। ୨ ମିନିଟ୍ ପରେ ପରିବା ପୂରକୁ ବାହାର କରି ରଖନ୍ତୁ। ଏହାପରେ ପୂର୍ବରୁ ତିଆରି ହୋଇଥିବା କୋନ୍ ଆକାରର ଖୋଳରେ ପ୍ରସ୍ତୁତ ପରିବା ପୁରକୁ ପୁରାଇ ମଇଦା ଆଣରେ ବୁଡ଼ାଇ ଛାଣନ୍ତୁ। ପ୍ରସ୍ତୁତ ହୋଇଯିବ ରୁଟି ସିଙ୍ଗେଡ଼ା। ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।

 



from Odisha Reporter http://bit.ly/2GDD8Dr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages