ଉଭୟ ବାମହାତ ଓ ଡାହାଣ ହାତରେ ବୋଲିଂରେ ଏହି ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଉଭୟ ବାମହାତ ଓ ଡାହାଣ ହାତରେ ବୋଲିଂରେ ଏହି ଖେଳାଳି

ନୂଆଦିଲ୍ଲୀ: ବିଦର୍ଭ ପକ୍ଷରୁ ଖେଳୁଥିବା ଯୁବ ତାରକା ଅକ୍ଷୟ କରନେୱର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଅବଶିଷ୍ଟ ଭାରତ ବିପକ୍ଷରେ ଇରାନୀ କପ୍‌ ଖେଳୁଥିବା ବେଳେ ନିଜ ବୋଲିଂକୁ ନେଇ ସମସ୍ତଙ୍କୁ ଚକିତ କରିଛନ୍ତି। ଅକ୍ଷୟ ଇରନୀ କପ୍‌ରେ ଉଭୟ ବାମହାତ ଓ ଡାହାଣ ହାତରେ ବୋଲିଂ କରି ପ୍ରତିପକ୍ଷ ଖେଳାଳିଙ୍କୁ ଅଡ଼ୁଆରେ ପକାଇଛନ୍ତି। ଅବଶିଷ୍ଟ ଭାରତ ବିପକ୍ଷରେ ଅକ୍ଷୟ ପ୍ରଥମେ ବାମ ହାତରେ ବୋଲିଂ କରୁଥିଲେ।

ଏହାପରେ ସେ ହଠାତ୍‌ ଅମ୍ପାୟାରଙ୍କୁ ଡାହଣ ହାତରେ ବୋଲିଂ କରିବେ ବୋଲି ସୂଚନା ଦେଇଥିଲେ। ଅମ୍ପାୟାର ମଧ୍ୟ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ଅକ୍ଷୟ ଡାହାଣ ହାତରେ ବୋଲିଂ କରିବା ଆରମ୍ଭ କରିଥିଲେ।

ପ୍ରଥମେ ବାମ ହାତରେ ବୋଲିଂ କରୁଥିବା ଅକ୍ଷୟ ଅବଶିଷ୍ଟ ଭାରତର ଶ୍ରେୟସ ଆୟର(୧୯)ଙ୍କୁ ଆଉଟ୍‌ କରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଈଶାନ କିଷନଙ୍କୁ ଡାହଣ ହାତରେ ବୋଲିଂ କରିଥିଲେ। ଇରାନୀ କପ୍‌ର ପ୍ରଥମ ଇନିଂସ୍‌ରେ ୨୬ ବର୍ଷୀୟ ଅକ୍ଷୟ ୧୫ ଓଭର୍‌ରେ ୫୦ ରନ୍‌ ଦେଇ ଗୋଟିଏ ୱିକେଟ୍‌ ପାଇଛନ୍ତି। ଅବଶିଷ୍ଟ ଭାରତ ୩୩୦ ରନ୍‌ରେ ସୀମିତ ରହିଥିଲା।

ଡୋମେଷ୍ଟିକ ସ୍ତରରେ ଅକ୍ଷୟଙ୍କ ଏହି ନିଆରା ଶୈଳୀ ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ପ୍ରଥମଥର ୨୦୧୬ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଅକ୍ଷୟ ଏହି ଜଲୱା ଦେଖାଇଥିଲେ।
୨୦୧୭ରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିଥିବା ବେଳେ ଅଭ୍ୟାସ୍‌ ଖେଳିଥିଲା। ଏହି ସମୟରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ଙ୍କୁ ଉଭୟ ହାତରେ ବୋଲିଂ କରି ଅକ୍ଷୟ ଚକିତ କରିଦେଇଥିଲେ।



from Odisha Reporter http://bit.ly/2UWfPbT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages