ଟିମ୍‌ ଇଣ୍ଡିଆ ବି କହିଲା ‘ହାଓ ଇଜ ଦ ଜୋଶ?’, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ଟିମ୍‌ ଇଣ୍ଡିଆ ବି କହିଲା ‘ହାଓ ଇଜ ଦ ଜୋଶ?’, ଦେଖନ୍ତୁ ଭିଡିଓ

ହ୍ୟାମିଲଟନ୍‌: ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ୍‌ ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରସିଦ୍ଧ ସଂଳାପ ‘ହାଓ ଇଜ୍‌ ଦ ଜୋଶ?’ ଏବେ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଗତକାଲି ଭାରତ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ୫ ଟିକିଆ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ପରାସ୍ତ କରି ୪-୧ରେ ସିରିଜ୍‌ କବଜା କରିଛି। ଏହି ମ୍ୟାଚ୍‌ର ଶେଷରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା।

ଟିମ୍‌ ଇଣ୍ଡିଆର ସଦସ୍ୟମାନେ ବିଜୟର ଟ୍ରଫି ଧରିବା ପରେ ଫଟୋ ପାଇଁ ପୋଜ ଦେଇଥିଲେ।
ଏହି ସମୟରେ କେଦାର ଯାଦବ ଉରି ଫିଲ୍ମର ‘ହାଓ ଇଜ ଦ ଜୋଶ’ ସଂଳାପକୁ ପ୍ରଶ୍ନ ଆକାରରେ ପଚାରିଥିଲେ। ଏହି ସମୟରେ ଟିମ୍‌ର ସଦସ୍ୟମାନେ ‘ହାଇ ସାର୍‌’ ବୋଲି ଜବାବ ଦେଇଥିଲେ।

ବିସିସିଆଇ ଏହି ଘଟଣାର ଭିଡିଓକୁ ନିଜର ଅଫିସିଆଲ୍‌ ଟ୍ୱିଟର ପେଜ୍‌ରେ ପୋଷ୍ଟ କରିଛି। ଏହା ଏବେ ଭାଇରାଲ ହେବା ସହ ସମସ୍ତେ ଟିମ୍‌ ଇଣ୍ଡିଆର ‘ଜୋଶ୍ ହାଇ’ ବୋଲି କହୁଛନ୍ତି।

ପୂର୍ବରୁ ଉରି ଫିଲ୍ମର ଏହି ସଂଳାପଟି ବଜେଟ୍‌ ଭାଷଣରେ ପୀୟୂଷ ଗୋୟଲ ବ୍ୟବହାର କରିଥିଲେ। ତା’ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକ ସଭାରେ ‘ହାଓ ଇଜ ଦ ଜୋଶ’ ବୋଲି କହିଥିବା ଶୁଣିବାକୁ ମିଳିଥିଲା।



from Odisha Reporter http://bit.ly/2t6TIDP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages