ଦବଙ୍ଗ ଦିଦିଙ୍କ ରାଜନୈତିକ ଯାତ୍ରା, ଏମିତି ହୋଇଥିଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ଦବଙ୍ଗ ଦିଦିଙ୍କ ରାଜନୈତିକ ଯାତ୍ରା, ଏମିତି ହୋଇଥିଲେ ମୁଖ୍ୟମନ୍ତ୍ରୀ

କୋଲକାତା: ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ସିଧାସଳଖ ଯୁଦ୍ଧଂ ଦେହି ଡାକରା ଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ବ୍ୟାପକ ଚର୍ଚ୍ଚାରେ ଅଛନ୍ତି। ରବିବାର ଶାରଦା ଚିଟ୍‌ଫଣ୍ଡ ଘୋଟାଲାରେ ଯାଞ୍ଚକୁ ନେଇ ସିବିଆଇ ଟିମ୍‌ କୋଲକାତା ପୁଲିସ କମିଶନରଙ୍କୁର ପଚରାଉଚରା ପାଇଁ ଯାଇଥିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଥିଲା। ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ରବିବାର ରାତିରୁ ଧାରଣାରେ ବସିଛନ୍ତି। ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ଏବଂ ସିବିଆଇ ଉପରେ ସିଧା ହମ୍‌ଲା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ମମତାଙ୍କ ରାଜନୈତିକ କ୍ୟାରିଅର ବିଷୟରେ କିଛି ଖାସ୍‌ କଥା।
 
୫ ଜାନୁଆରୀ ୧୯୫୫ରେ ମମତା ଏକ ନିମ୍ନମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ପ୍ରୋମିଲେଶ୍ୱର ବାନାର୍ଜୀ ଜଣେ ଫାଇଟର୍‌ ଥିଲେ। ଖୁବ୍‌ କମ୍‌ ବୟସରେ ମମତା ରାଜନୀତିରେ ଏଣ୍ଟ୍ରି କରିଥିଲେ। ୧୯୭୦ରେ ପାଠପଢ଼ୁଥିବା ବେଳେ ମମତା କଂଗ୍ରେସ ଛାତ୍ର ପରିଷଦରେ ଯୋଡ଼ି ହୋଇଥିଲେ। ୧୯୭୯-୯୦ ମଧ୍ୟରେ ମମତା ପଶ୍ଚିମବଙ୍ଗ ମହିଳା କଂଗ୍ରେସର ସାଧାରଣ ସମ୍ପାଦକ ହୋଇଥିଲେ। ୧୯୮୯ରେ ପରାଜିତ ହେବା ପରେ ୧୯୯୧ରେ  ଦକ୍ଷିଣ କୋଲକାତାରୁ ଲୋକସଭା ନିର୍ବାଚନ ଜିତିଥିଲେ ମମତା। ଏହା ପରେ ଲଗାତାର ମମତା ୧୯୯୬,୧୯୯୮,୧୯୯୯,୨୦୦୪ ଏବଂ ୨୦୦୯ରେ ଉକ୍ତ ସିଟ୍‌ରୁ ଜିତି ନିଜ ଆସନକୁ ମଜଭୁତ୍‌ କରିପାରିଥିଲେ ମମତା। ଆଉ କଂଗ୍ରେସ ସରକାରରେ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ୧୯୯୮ରେ ମମତା କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସ ପାର୍ଟି(ଟିଏମସି) ଗଠନ କରିଥିଲେ। ଆଉ ବିଜେପି ଆଡ଼କୁ ଢଳିଥିଲେ। ୧୯୯୮ ଓ ୧୯୯୯ରେ ଟିଏମସି ଯଥାକ୍ରମେ ୮ ଏବଂ ୭ଟି ସିଟ୍‌ ଜିତିଥିଲା ଏବଂ ମମତା ବିଜେପିକୁ ସମର୍ଥନ କରିଥିଲେ। 
 
ଅଟଳବିହାରୀ ବାଜପେୟୀଙ୍କ ସରକାରରେ ୧୯୯୯ରେ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଥିଲେ ମମତା। ୨୦୦୧ରେ ମମତା ରେଳମନ୍ତ୍ରଣାଳୟ ଛାଡ଼ି କଂଗ୍ରେସ ସହ ମିଶି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିଥିଲେ ମମତା। କିନ୍ତୁ ନିର୍ବାଚନରେ ହାରି ଯାଇଥିଲେ। ହେଲେ ପରବର୍ତ୍ତୀ ନିର୍ବାଚନରେ ଟିଏମସିକୁ ୩୦ଟି ସିଟ୍‌ ମିଳିଥିଲା। ସିପିଆଇଏମ ବିରୋଧରେ ଲଢ଼େଇ ଆରମ୍ଭ କରିଥିବା ମମତା କେବେ ପଛକୁ ଚାହିଁନାହାନ୍ତି। ନନ୍ଦିଗ୍ରାମ ଓ ସିଙ୍ଗୁର ବିଦ୍ରୋହ ଘଟଣାରେ ମମତାଙ୍କୁ ଜବରଦସ୍ତ ଜନସମର୍ଥନ ମିଳିଥିଲା। ଖାସ୍‌ ଏହି କାରଣରୁ ୨୦୧୧ରେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ ମମତା। 


from Odisha Reporter http://bit.ly/2RCuzL4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages