କ୍ରିକେଟ: ବିନୋଦ ରାଏ ଓ ଡାଏନା ଏଡୁଲଜିଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

କ୍ରିକେଟ: ବିନୋଦ ରାଏ ଓ ଡାଏନା ଏଡୁଲଜିଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ବିସିସିଆଇ ପ୍ରଶାସନିକ କମିଟି(ସିଓଏ)ର ଅଧ୍ୟକ୍ଷ ବିନୋଦ ରାଏ ଓ ଅନ୍ୟତମ ସଦସ୍ୟ ଡାଏନା ଏଡୁଲଜିଙ୍କ ଉପରେ ଆଜି ସୁପ୍ରିମକୋର୍ଟ ଖପ୍ପା ହୋଇଛନ୍ତି। ଉଭୟ ବିସିସିଆଇର ବିଭିନ୍ନ ପ୍ରସଙ୍ଗକୁ ନେଇ ସର୍ବସାଧାରଣରେ ପରସ୍ପରକୁ ସମାଲୋଚନା କରୁଥିବାରୁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ଏଥିସହ ଉଭୟ ଏଭଳି କାର୍ଯ୍ୟରୁ ବିରତ ରହିବା ଦରକାର ବୋଲି ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ସିଓଏ ଭଳି ସଂସ୍ଥାର କ୍ଷତି ଘଟୁଛି ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ୍‌ ଏସ୍‌ଏ ବୋବଡେ ଓ ଜଷ୍ଟିସ୍‌ ଏଏମ୍‌ ସାପ୍ରେଙ୍କ ଖଣ୍ଡପୀଠ ଆଉ ୩ ଜଣ ସଦସ୍ୟ ସିଓଏ ପାଇଁ ନିଯୁକ୍ତ କରିବେ ବୋଲି କହିଛନ୍ତି।

ଆଜିର ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ, “ଆମେ ଦେଖୁଛୁ କିଛି ଖବରକାଗଜରେ ସିଓଏ ସଦସ୍ୟମାନେ ପରସ୍ପରକୁ ସମାଲୋଚନା କରୁଛନ୍ତି। ଏବେ ସଦସ୍ୟ ଦ୍ୱୟ ଏଥିରୁ ନିବୃତ ରହିବା ଉଚିତ।

ପୂର୍ବରୁ ସିଓଏରେ ୪ ଜଣ ସଦସ୍ୟ ଥିଲେ। କିନ୍ତୁ ଐତିହାସିକ ରାମଚନ୍ଦ୍ର ଗୁହା ଓ ବ୍ୟାଙ୍କର୍ ବିକ୍ରମ ଲିମାୟେ ଇସ୍ତଫା ଦେଇଥିଲେ। ଏବେ ଏହି ସଂସ୍ଥାରେ କେବଳ ଦୁଇ ଜଣ ସଦସ୍ୟ ରହିଛନ୍ତି। ତେଣୁ ସୁପ୍ରିମକୋର୍ଟ ଆଉ ୩ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେବାକୁ ଚିନ୍ତା କରୁଛନ୍ତି।



from Odisha Reporter https://ift.tt/2BHbJgr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages